ଓଡ଼ିଶା ରଗ୍‌ବୀ ଟିମ୍‌ରେ ମୟୂରଭଞ୍ଜର ୩ ଖେଳାଳି

ଖୁଣ୍ଟା: ଜାତୀୟ ରଗ୍‌ବୀ ଚାମ୍ପିଅନ୍‌ସିପ୍ ନିମନ୍ତେ ଓଡ଼ିଶା ଦଳରେ ମୟୂରଭଞ୍ଜର ୩ ଜଣ ଖେଳାଳି ସ୍ଥାନ ପାଇବାକୁ ମନୋନୀତ ହୋଇଛନ୍ତି। ସେମାନେ ହେଲେ; ରତ୍ନାକର ହେମ୍ବ୍ରମ, ବଳରାମ ନାଏକ ଓ ଲଚିମ ସିସା। ଉତ୍ତମ ଖେଳ ପ୍ରଦର୍ଶନ କରି ଏମାନେ ଓଡ଼ିଶା ରଗ୍‌ବୀ ଆସୋସିଏସନ୍ ପକ୍ଷରୁ ମନୋନୀତ ହେବା ସହିତ କିସ୍‌ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ରାଜ୍ୟ ବରିଷ୍ଠ ଦଳର ଅଭ୍ୟାସ ଶିବିରରେ ଯୋଗ ଦେଇଛନ୍ତି।

ଆସନ୍ତା ମାସ ୨୨ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯନ୍ତ ଗୁଜୁରାଟରେ ହେବାକୁ ଥିବା ୩୬ତମ ଜାତୀୟ ରଗ୍‌ବୀ ଚାମ୍ପିଅନ୍‌ସିପ୍‌ରେ ଖେଳାଳିମାନେ ଓଡ଼ିଶା ଦଳର ପ୍ରତିନିଧିତ୍ବ କରିବେ। ଏହି ସଫଳତା ପାଇଁ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ଉପସଭାପତି ଅମର ସେଠୀ, ପ୍ରାୟୋଜକ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍ ଇଣ୍ତିଆ, ବାରିପଦା ଶାଖା ପରିଚାଳକ କରୁଣାକର ସୋରେନ, ଜିଲ୍ଲା ରଗ୍‌ବୀ ଦଳର ପ୍ରଶିକ୍ଷକ ଜେ. ସୁଶିଲ ହେମ୍ବ୍ରମ, ଶିମିଳିପାଳ ସ୍ପୋର୍ଟସ୍‌ ଆଣ୍ତ ଆଥ୍‌ଲେଟିକ୍ ଆସୋସିଏସନ୍‌ର ସଂପାଦକ ସୁକେନ୍ଦୁ ଦାସ, ସୋମନାଥ ସିଂ ପ୍ରମୁଖ ମନୋନୀତ ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର