କ୍ଷମତାର ଦୂରୁପଯୋଗ ପାଇଁ ୩ ପୁଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର
କଟକ : ତିନି ପୁଲିସ କର୍ମଚାରୀଙ୍କୁ ଦୁର୍ନୀତି ଓ କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଶୁକ୍ରବାର ପୁଲିସ ଡିଜି ବିଜୟ କୁମାର ଶର୍ମା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସବ୍ଇନ୍ସପେକ୍ଟର ବନମାଳି ନାୟକ, ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ବୀରବର ଲେଙ୍କା ଓ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର କିଶୋର କୁମାର ବାଗ୍ଙ୍କୁ କାର୍ଯ୍ୟ ସମାପନ ସମୟରେ ଦୁର୍ନୀତି, ଅନିୟମିତତା ଓ କ୍ଷମତାର ଅପବ୍ୟବହାରରେ ଲିପ୍ତ ଥିବା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ଘୋଷଣା କରିଛନ୍ତି ପୁଲିସ ଡିଜି।
Sambad is now on WhatsApp
Join and get latest news updates delivered to you via WhatsApp
SI Banamali Nayak; ASI Birabar Lenka; ASI Kishore Ku Bag; were compulsorily retired from service by the Superintendents of Police, for their doubtful integrity in exercise of powers under Rule 71 of Odisha Service Code. This is in pursuance of 5-T policy of the Government.
— DGP, Odisha (@DGPOdisha) October 18, 2019
ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ଟୁଇଟ୍ରରେ ଦର୍ଶାଯାଇଛି କି, ରାଜ୍ୟରେ ୫-ଟି ନୀତି ଲାଗୁ ହେବା ପରେ ପ୍ରଶାସନରେ ସ୍ବଚ୍ଛତା ଆଣିବା ଲାଗି ଯେଉଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏହାର ପରିଣାମ ସ୍ୱରୁପ ଓଡ଼ିଶା ସର୍ଭିସ କୋଡ୍ର ଧାରା ୭୧ ଅନୁସାରେ ଏହି ୩ପୁଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୫-ଟି ନୀତି ଲାଗୁ ହେବା ପରେ ଦୁର୍ନୀତି ଲାଗି ପୁଲିସ କର୍ମଚାରୀଙ୍କୁ ଏହା ପ୍ରଥମ ଶାସ୍ତିବିଧାନ ବୋଲି କୁହାଯାଉଛି ।