ସମ୍ବଲପୁର: ଧନୁପାଲି ଥାନା ଅଧୀନ ସୁନାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରି ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନବାସୀ ପ୍ରଧାନ ସୋମବାର ସକାଳେ ବିଦ୍ୟାଳୟକୁ ଆସିବା ବେଳେ ଚାଉଳ ରଖାଯାଉଥିବା ଘର ତାଲା ଭଙ୍ଗା ଯାଇଥିଲା।
ଯାଞ୍ଚ କରିବାରୁ ସେଠାରୁ କେହି ଦୁର୍ବୃତ୍ତ ୩ କ୍ବିଣ୍ଟାଲ୍ ଚାଉଳ ଓ ୨୦ଟି ବସ୍ତା ଚୋରି ନେଇଥିବା ଜଣାପଡ଼ିଥିଲା। ଏ ନେଇ ସେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/19-11.jpg)