ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳାଫଳ, ଗ୍ରାଜୁଏଟ ହେଲେ ୨୬୨୦୧ ଜଣ ଛାତ୍ରଛାତ୍ରୀ ।

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୩ ପରୀକ୍ଷା ଫଳ । ପ୍ରଥମଥର ପାଇଁ ସିବିସିଏସ କୋର୍ସ ମାଧ୍ୟମରେ ହୋଇଥିବା ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି । ୨୦୧୬ ମସିହାରୁ ଏହି କୋର୍ସ ମାଧ୍ୟମରେ ପାଠ ପଢା ଆରମ୍ଭ ହୋଇଥିଲା । ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ୩୩୦ଟି କଲେଜର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ପିଜି କାଉନସିଲ ଅଧ୍ୟକ୍ଷା ସବିତା ଆଚାର୍ଯ୍ୟ ।

ଯୁକ୍ତ ତିନି କଳାରେ ୨୨୭୧୮ ଜଣ ପରୀକ୍ଷା ଦେଇଥିଲାବେଳେ ୧୬୦୨୮ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଯେଉଁଥିରେ ‘୦’ ଗ୍ରେଡ କୌଣସି ଛାତ୍ରଛାତ୍ରୀ ପାଇନାହାନ୍ତି । ବାଣିଜ୍ୟରେ ୩୧୭୭ ଜଣ ପରୀକ୍ଷା ଦେଇଥିଲେ ଓ ୨୬୪୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । କଳା ପରି ବାଣିଜ୍ୟରେ ମଧ୍ୟ ‘୦’ ଗ୍ରେଡ କୌଣସି ଛାତ୍ରଛାତ୍ରୀ ପାଇନାହାନ୍ତି । ଅନ୍ୟପଟେ ବିଜ୍ଞାନରେ ୮୧୮୯ଜଣ ପରୀକ୍ଷା ଦେଇଥିବାବେଳେ ୭୫୩୨ ଜଣ ପାସ କରିଛନ୍ତି ଏବଂ ଦୁଇଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ବା ‘୦’ ଗ୍ରେଡ ପାଇଛନ୍ତି । କଳାରେ ପାସ ପ୍ରତିଶତ ୭୧ ପ୍ରତିଶତ, ବାଣିଜ୍ୟରେ ୮୩ ପ୍ରତିଶତ ଓ ବିଜ୍ଞାନରେ ୯୨ ପ୍ରତିଶତ ପାସ ହାର ରହିଛି ।

ଏସବୁ ଭିତରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଫଳାଫଳ ହସ୍ତଗତ ହୋଇନଥିବାରୁ ଟପ୍ପର ଲିଷ୍ଟ ବାହାରିବାରେ ବିଳମ୍ବ ହେବ ବୋଲି କାଉନସିଲ ଅଧ୍ୟକ୍ଷା ସୂଚନା ଦେଇଛନ୍ତି ।ପ୍ରକାଶିତ ଫଳ ମଧ୍ୟରୁ କଳାରେ ସର୍ବରଧିବ ବେଗୁନିଆ କଲେଜରୁ ସୋନାଲି ବେହେରା ୯ ସିଜିପିଏ ରଖିଛନ୍ତି । ବାଣିଜ୍ୟରେ ଡିଏଭି ମ୍ୟାନେଜମେଂଟ କଲେଜରୁ ଶୁଭଶ୍ରୀ ମହାରଣା ୮.୯୬ ସିଜିପିଏ ରଖିଛନ୍ତି ଏବଂ ବିଜ୍ଞାନରେ ବିଦିଶା ସାହୁ ଷ୍ଟୁଆର୍ଟ ସାଇନ୍ସ କଲେଜର ୯.୮୬ ସିଜିପିଏ ରଖିଛନ୍ତି ।

ସମ୍ବନ୍ଧିତ ଖବର