ଆର୍ଥିକ ଅନିୟମିତତା ଓ ଦୀର୍ଘ ଅନୁପସ୍ଥିତି ପାଇଁ ୩ ସରପଞ୍ଚ ନିଲମ୍ବିତ

ଭୁବନେଶ୍ବର : ରାଜ୍ୟ ସରକାର ୩ ଜଣ ସରପଞ୍ଚଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୁଲଣା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ଅଲିଭା ପଲେଇ, ବରଗଡ଼ ବ୍ଲକ୍ କଳାପାଣି ପଞ୍ଚାୟତର ସରପଞ୍ଚ କେ.ଭି ରେଡ୍ଡି ଓ ଭଦ୍ରକ ବ୍ଲକ୍ ବେତେରା ଗ୍ରାମ ପଞ୍ଚାୟତ ସରପଞ୍ଚ ବିମ୍ବାଧର ଦାସଙ୍କୁ ନିଲମ୍ବନ କରାଯାଇଛି। ଆର୍ଥିକ ଅନିୟମିତତା ଓ ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା କାରଣରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର