ଭୁବନେଶ୍ୱର :ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ଓ ଆପ୍ଲିକେସନ(ଆଇଏମ୍ଏ)ର ନିର୍ଦେଶକ ପଦ ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୩୧ ରଖାଯାଇଛି। ଏହି ସମୟ ମଧ୍ୟରେ ଆଗ୍ରହୀ ବ୍ୟକ୍ତିମାନେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ଦେଶକ ଚୟନ ପାଇଁ ଏକ ୩ ଜଣିଆ ସର୍ଚ୍ଚ କମିଟି ଗଠନ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ଜଣେ ନୋମିନି ରହିଥିବା ବେଳେ ଆଇଏମ୍ଏର ଗଭର୍ଣ୍ଣିଂ କାଉନସିଲ୍ରୁ ଜଣେ ନୋମିନି ଓ ନ୍ୟାସନାଲ ବୋର୍ଡ ଫର୍ ହାୟର ମ୍ୟାଥମେଟିକ୍ସ(ଏନ୍ବିଏଚ୍ଏମ୍)ର ଜଣେ ନୋମିନି ରହିଛନ୍ତି। ଆବେଦନ ପରେ ସର୍ଚ୍ଚ କମିଟି ନିର୍ଦେଶକ ଚୟନ କରିବେ। ଅନ୍ୟପକ୍ଷରେ ଡ. ମନୋଜ କୁମାର ଦାସଙ୍କୁ ଆଇଏମ୍ଏର କୁଳସଚିବ ଭାବେ ଗତ ୨୦ ତାରିଖରେ ନିଯୁକ୍ତି ଦିଆଯାଇଛି। ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ।
ଆଇଏମ୍ଏ ନିର୍ଦେଶକ ନିଯୁକ୍ତି ପାଇଁ ୩ ଜଣିଆ ସର୍ଚ୍ଚ କମିଟି
/sambad/media/post_attachments/wp-content/uploads/2018/07/ima.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)