ଭୁବନେଶ୍ୱର : ଯୁକ୍ତ ୩ କଲେଜରେ ଖାଲି ଥିବା ସିଟ୍‌ରେ ନାମଲେଖା ଲାଗି ଆଜି ଦ୍ଵିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ(ମେଧା ତାଲିକା) ତଥା କଟ୍‌ ଅଫ ମାର୍କ ପ୍ରକାଶ ପାଇଛି। ନାମଲେଖା ଲାଗି ୨୨ ହଜାର ୦୧୬ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳା ବିଭାଗରେ ସର୍ବାଧିକ ୧୨ ହଜାର ୦୬୯, ପଦାର୍ଥ ବିଜ୍ଞାନରେ ୪ ହଜାର ୧୧୯, ବାଣିଜ୍ୟରେ ୧୭୮୧, ସଂସ୍କୃତରେ ୧୮୪ ଓ ଜୀବବିଜ୍ଞାନରେ ୩୪୬୫ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ ୧୦ ହଜାର ୫୩୨ ଜଣ ଛାତ୍ର ଓ ୧୧ ହଜାର ୪୮୪ଛାତ୍ରୀ ରହିଛନ୍ତି।

Advertisment

publive-image

ଦ୍ବିତୀୟ ପର୍ଯ୍ୟାୟରେ କଳା ବିଭାଗରେ ସାଧାରଣ ବର୍ଗର କଟ୍‌ ଅଫ୍‌ ମାର୍କ ତାଲିକାରେ ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ କଟ୍‌ ଅଫ୍‌ ମାର୍କ ୮୯% ଥିବା ବେଳେ ବଲାଙ୍ଗୀରର ରାଜେନ୍ଦ୍ର କଲେଜର କଟ୍‌ ଅଫ୍‌ ମାର୍କ ୭୮%,ପୁରୀ ଏସ୍‌ସିଏସ୍‌ କଲେଜର ୭୩%, ଶୈଳବାଳା ମହିଳା ମହାବିଦ୍ୟାଳୟର ୬୧% କଟ୍‌ ଅଫ୍‌ ମାର୍କ ରହିଛି।

publive-image

ସେହିପରି ବିଜ୍ଞାନ ବିଭାଗରେ ବିଜେବି କଲେଜ ଶୀର୍ଷରେ ରହିଛି | ଏଠାରେ ୯୫% କଟ୍‌ ଅଫ୍‌ ମାର୍କ ଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜର କଟ୍‌ ଅଫ୍‌ ମାର୍କ ୮୭%, ଖୋର୍ଦ୍ଧାସ୍ଥିତ ପ୍ରାଣନାଥ କଲେଜରେ ୬୬%, କଟକର ଷ୍ଟେୱାର୍ଟ ସାଇନ୍ସ କଲେଜରେ ୭୨% କଟ୍‌ ଅଫ୍‌ ମାର୍କ ରହିଛି। ବାଣିଜ୍ୟ ବିଭାଗରେ ମଧ୍ୟ ବିଜେବି କଲେଜ ଶୀର୍ଷରେ ରହିଛି | ଏଠାରେ ବାଣିଜ୍ୟ ବିଭାଗ ପାଇଁ ୮୬% କଟ୍‌ ଅଫ୍‌ ମାର୍କ ଥିବା ବେଳେ ସୁନାବେଡ଼ାସ୍ଥିତ ଏରୋନଟିକ୍ସ ଡିଗ୍ରି କଲେଜରେ କଟ୍‌ ଅଫ୍‌ ମାର୍କ ୪୫% ଏବଂ ବଡ଼ବିଲ ଡିଗ୍ରି କଲେଜରେ କଟ୍‌ ଅଫ୍‌ ମାର୍କ ୪୨%ରହିଛି |

publive-image