ଅଫିସ୍‌ରେ ମଦ୍ୟପାନ ମହଙ୍ଗା ପଡ଼ିଲା: ୩ ବରିଷ୍ଠ କିରାଣି ନିଲମ୍ବିତ

ପ୍ରାଶାସନିକ କାରଣରୁ ପିଇଓ ନିଲମ୍ବିତ

ଲେଫ୍ରିପଡା : ଏକାବେଳକେ ଲେଫ୍ରିପଡ଼ା ବ୍ଲକ୍‌ର ୩ ଜଣ ବରିଷ୍ଠ କିରାଣିଙ୍କୁ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ଅଫିସ ସମୟ ମଧ୍ୟରେ ମଦ୍ୟପାନ କରି ଅନୁଚିତ ଆଚରଣ ପ୍ରଦର୍ଶନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖନୀୟ ଯେ ଆଜି ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣଙ୍କର କଟକକୁ ବଦଳି ହୋଇଛି। ସୁନ୍ଦରଗଡ଼ ଛାଡ଼ିବାର ଠିକ୍‌ପୂର୍ବରୁ ଅମାନିଆ କର୍ମଚାରୀଙ୍କୁ ସେ ଶୁଣାଇଥିବା ଦଣ୍ଡାଦେଶକୁ ସାଧାରଣରେ ପ୍ରଶଂସା କରାଯାଉଛି।

ନିଲମ୍ବିତ ହୋଇଥିବା ୩ କର୍ମଚାରୀ ହେଲେ, ବ୍ଲକ୍‌ର ବରିଷ୍ଠ ରାଜସ୍ବ ସହକାରୀ ଜାନୁ ବାରିକ, ସଞ୍ଜୀବ କୁମାର କିସପଟା ଓ ସଞ୍ଜୟ କୁମାର ନାଏକ। ଚିଠି ନମ୍ବର ୭୦୨୧/୧୬.୬.୨୦୨୨ରେ ଜାନୁ ବାରିକ, ଚିଠି ନମ୍ବର ୭୦୨୩ରେ ସଞ୍ଜୟ କୁମାର ନାଏକ ଓ ଚିଠି ନମ୍ବର ୭୦୨୫ରେ ସଞ୍ଜୀବ କୁମାର କିସପଟାଙ୍କୁ ନିଲମ୍ବନ କରାଯିବା ସହ ଏହା ତତ୍‌କ୍ଷଣାତ୍‌ ଲାଗୁହେବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ପ୍ରାଶାସନିକ କାରଣରୁ ଆଜି ଜିଲ୍ଲାପାଳ ଟାଙ୍ଗରପାଲି ବ୍ଲକ୍‌ ମେଘଡେଗା ପଞ୍ଚାୟତର ନିର୍ବାହୀ ଅଧିକାରୀ ଲୋକେଶ୍ବର ଚୌଧୁରୀଙ୍କୁ ଚିଠି ନମ୍ବର ୧୪୫୦/୧୬.୬.୨୦୨୨ ଯୋଗେ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର