ବାମରା: ଶନିବାର ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ଗ୍ରାମର ସୁନିତା ମହାନନ୍ଦ (୩୫), ଅଙ୍କିତା ମହାନନ୍ଦ (୧୮) ଓ ସୁବ୍ରତ ଦୀପ (୨୮) ମିଶି କୌଣସି କାମରେ ବାମରାକୁ ଆସିଥିଲେ। ସନ୍ଧ୍ୟାରେ କାମ ସାରି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଥିବା ଏକ ହୋଟେଲରେ ସେମାନେ ଜଳଖିଆ ଖାଇଥିଲେ।
ଘରକୁ ଫେରିବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହୋଇଥିଲା। ଗୁରୁତର ଅସୁସ୍ଥ ହେବା ପରେ ସେମାନଙ୍କୁ ବାମରା ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।