ପାରାଦୀପ : ନିଆଁ ଲାଗି ଜଳିଗଲା ୩ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ପାରାଦୀପ : ଗେଟ୍‌ ବଜାରରେ ନିଆଁ ଲାଗି ଜଳିଗଲା ୩ଟି ଦୋକାନ। ଏହି ନିଆଁରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସୂଚନାନୁସାରେ ଆଜି ସକାଳେ ପାରାଦୀପଗଡ଼ ଗେଟ୍‌ ବଜାରରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଭୋରରୁ ନିଆଁ ଲାଗି ଦୋକାନ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିବା ‌ବେଳେ ଖବର ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଗୋଟିଏ ଜଳଖିଆ ଦୋକାନ ସହ ପାନ ଓ ଫଳ ଦୋକାନ ପୋଡି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡିନାହିଁ।

ସମ୍ବନ୍ଧିତ ଖବର