କରୋନା କଟକଣା ଉଲ୍ଲଂଘନ ଅଭିଯୋଗ: ରାଉରକେଲା ସହରର ତିନିଟି ଦୋକାନ ସିଲ୍

ରାଉରକେଲା: କରୋନା କଟକଣାକୁ ଉଲ୍ଲଂଘନ କରାଯାଇଥିବାରୁ ଆଜି ରାଉରକେଲା ସହରର ତିନିଟି ଦୋକାନକୁ ସିଲ୍ କରାଯାଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସହରର ବୋନିଆ ଗେଟ୍, ଚନ୍ଦ୍ରାଲୋକ ଛକ୍ ଏବଂ ଡେଲି ମାର୍କେଟରେ ଥିବା ବଜାରରେ ତିନିଟି ଦୋକାନ ଉପରେ ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ ଚଢ଼ଉ କରି ସିଲ୍ କରିଛି।

ସୂଚନାଯୋଗ୍ୟ, ସପ୍ତାହାନ୍ତ ସଟଡାଉନର ଦ୍ବିତୀୟ ଦିନରେ ଡେଲି ମାର୍କେଟ, ଟ୍ରାଫିକ ଗେଟରେ କିଛି ବ୍ୟବସାୟୀ ମାଂସ ଓ ମାଛ ଦୋକାନ ଖୋଲି ଥିବା ସୂଚନା ପାଇ ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ ଚଢ଼ଉ କରିଥିଲା l ପ୍ରାୟ ଦୁଇ କୁଇଣ୍ଟାଲ ମାଛ ସହ ମାଂସକୁ ଆରଏମସି ଟିମ ପକ୍ଷରୁ ଫିଙ୍ଗି ଦିଆ ଯାଇଥିଲା l
ଟ୍ରାଫିକ ଗେଟରେ ଦୁଇଟି ଓ ଡେଲି ମାର୍କେଟରେ ଚାରିଟି ଦୋକାନକୁ ସିଲ କରିବା ସହ ଜରିମାନା ଆଦାୟ କରିଥିଲେl ଟିମ ପକ୍ଷରୁ ଅନ୍ୟ ମାର୍କେଟରେ ଚଢ଼ଉ ଜାରି ରଖାଯାଇଥିଲା।

ସମ୍ବନ୍ଧିତ ଖବର