୩ ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୨୮୬୧/୦୨୮୬୨) ସେବାକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ ଅଗଷ୍ଟ ୩ରୁ ୧୨ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲାଠାରୁ ପ୍ରତିଦିନ ସକାଳ ୫ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଭୁବନେଶ୍ୱରଠାରୁ ଅପରାହ୍‌ଣ ୨ଟା ୧୦ରେ ଛାଡ଼ିବ। ଉକ୍ତ ଟ୍ରେନ୍ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ, ଢେଙ୍କାନାଳ ଓ ନାରାଜ ମାର୍ଥାପୁର ଷ୍ଟେସନରେ ରହଣି କରିବ।

ଏହା ବ୍ୟତୀତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୮୪୯୩/୦୮୪୯୪) ଅଗଷ୍ଟ ପହିଲାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ଭୁବନେଶ୍ୱରରୁ ସକାଳ ୬ଟା ୩୦ରେ ଓ ବଲାଙ୍ଗୀରରୁ ଅପରାହ୍‌ଣ ୨ଟା ୪୫ରେ ଛାଡ଼ିବ। ଏହି ଟ୍ରେନ୍‌ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ୍‌, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ୍, ବରପାଲି ଓ ଲୋଇସିଂହା ଷ୍ଟେସନ୍‌ରେ ରହିବ। ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ଭାୟା ସମ୍ବଲପୁର(୦୮୪୪୭/୦୮୪୪୮) ଅଗଷ୍ଟ ପହିଲାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱରଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିବାକୁ ଥିବା ବେଳେ କୋରାପୁଟଠାରୁ ପ୍ରତି ମଙ୍ଗଳବାର, ଗୁରୁବାର ଓ ରବିବାର ଦିନ ସନ୍ଧ୍ୟା ୫ଟା ୩୦ରେ କୋରାପୁଟଠାରୁ ଛାଡ଼ିବ। ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ୍‌, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ୍‌, ବରପାଲି, ଡୁଙ୍ଗୁରିପାଲି, ଲୋଇସିଂହା, ବଲାଙ୍ଗୀର, ବଡ଼ମାଳ, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡା, ଥେରୁବାଲି, ରାୟଗଡା, ଟିକିରି, ଲକ୍ଷ୍ମୀପୁର, କାକିରିଗୁମା, ବାଇଗୁଡ଼ା ଓ ଦାମନ‌ଯୋଡ଼ି ଷ୍ଟେସନ୍‌ରେ ରହଣି କରିବ।

ରେଳବାଇ ରିଜର୍ଭେସନ୍‌ କାଉଣ୍ଟର୍‌ ଓ ଆଇଆରସିଟିସି ୱେବ୍‌ସାଇଟ୍‌ ମାଧ୍ୟମରେ ଟିକେଟ ବୁକ କରିହେବ। କେବଳ କନଫର୍ମ ଟିକେଟ୍‌ ଥିବା ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା କରିପାରିବେ। ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯଥା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ ଓ ଭୁବନେଶ୍ୱର-ହାଇଦ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଚଳାଚଳ କରିବ।

ସମ୍ବନ୍ଧିତ ଖବର