ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ସଫଳତା: ଜାତୀୟ ଦୃଷ୍ଟିବାଧିତ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟରେ ୩ ଛାତ୍ର

ବାଲେଶ୍ବର: ଭାରତୀୟ ଦୃଷ୍ଟିବାଧିତ ଫୁଟ୍‌ବଲ ମହାସଂଘ, ଜାତୀୟ ଦୃଷ୍ଟିବାଧିତ ସଂଘ, ଓଡ଼ିଶା ଶାଖା ଦ୍ବାରା ଏପ୍ରିଲ ୧୦ ରୁ ୫ ଦିନିଆ ଫୁଟ୍‌ବଲ ତାଲିମ୍‌ ଶିବିର ଭୁବନେଶ୍ବର ଘାଟିକିଆ ମିନି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିଲା। ଏହି ତାଲିମ୍‌ ଶିବିରରେ ବାଲେଶ୍ବର ସହର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ଦେବଦତ୍ତ ବେହେରା, ଦୀପକ ସିଂ, ପହଲା ମୁର୍ମୁ, ଦିଲ୍ଲୀପ ଜେନା ଓ ସାଗର ନାୟକ ଅଂଶଗ୍ରହଣ କରିଥିଲେ।

ବାଲେଶ୍ବର ଜିଲ୍ଲା ପାଇଁ ଏହା ଗର୍ବ ଓ ଗୌରବର କଥା। ଉକ୍ତ ତାଲିମ୍‌ ଚୟନ ଶିବିରରେ ଦେବଦତ୍ତ, ଦୀପକ ଓ ପହଲା ମୁର୍ମୁ ଓଡ଼ିଶା ଟିମ୍‌କୁ ମନୋନୀତ ହୋଇ ୨ ଦିନିଆ (ଏପ୍ରିଲ ୧୬ ଓ ୧୭ ତାରିଖ) ଜାତୀୟ ଫୁଟ୍‌ବଲ ଖେଳ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଠାରେ ଯୋଗ ଦେବା ପାଇଁ ଯାତ୍ରା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ। ଅନୁଷ୍ଠାନର ନିର୍ଦ୍ଦେଶକ ଦିବାକର ସ ଓଡ଼ିଶା ଦଳର ବିଜୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର