ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ କରୋନାର ସ୍ଥିତି ଅନୁଧ୍ୟାନ ଲାଗି ୩ଟି ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ବର: ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ କରୋନାର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି। ଏହିସବୁ ଜିଲ୍ଲା ଲାଗି ୩ଟି ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ଗଠିତ ହୋଇଛି। ଏହି ୩ ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଗସ୍ତ କରିବେ ବୋଲି ଜଣାଯାଇଛି।

କଟକର ଏସସିବି ମେଡିକାଲର ଟେକନିକାଲ୍ ଟିମ୍ ଯାଜପୁର ଜିଲ୍ଲା, ଫକୀର ମୋହନ ମେଡିକାଲ କଲେଜର ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବୈଷୟିକ ସହାୟତା ଦେବେ ବୋଲି ଜଣାଯାଇଛି।

ଏହାଛଡ଼ା ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ  ବାଲେଶ୍ବର, ଜନସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ  ଭଦ୍ରକ ଏବଂ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ  ଯାଜପୁର ଗସ୍ତ କରି କାର୍ଯ୍ୟର ତଦାରଖ କରିବେ।

ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ  ମେଡିକାଲ କଲେଜ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ରାଜ୍ୟସ୍ତରୀୟ ରାପିଡ୍ ରେସପନ୍ସ ଟିମର ବିଶେଷଜ୍ଞମାନଙ୍କୁ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର କଣ୍ଟେନମେଣ୍ଟକୁ ନେଇ ନିଆଯାଇଥିବା ପଦକ୍ଷେପର ତଦାରଖ କରିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର