କାଠ ବୋଝେଇ ୩ ଟ୍ରାକ୍ଟର ଜବତ, ୩ କୋର୍ଟ ଚାଲାଣ, ଜଣେ ଫେରାର

ଲାଠୋର : ବଲାଙ୍ଗୀର ବନଖଣ୍ଡ ଲାଠୋର ବନାଞ୍ଚଳ ବେନ୍ଦେର ସେକ୍ସନ ସଂରକ୍ଷିତ ଜଙ୍ଗଲ ଅଧୀନ ପୃଥକ ପୃଥକ ଦୁଇଟି ସ୍ଥାନରୁ ରବିବାର ରାତିରେ କାଠ ବୋଝେଇ ୩ଟି ଟ୍ରାକ୍ଟର ଜବତ କରାଯାଇଛି। ଏଥିରେ ସଂପୃକ୍ତ ଥିବା ଦୁଇଜଣ ଟ୍ରାକ୍ଟର ଚାଳକ ଶୁକଦେବ ପରାଭୁଏ (୩୫), ଟିକେଚନ କୋକ (୨୫) ଏବଂ ଜଣେ ହେଲପର ଅକ୍ଷୟ ପଟେଲ (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣେ ଚାଳକ ଫେରାର ହୋଇ ଯାଇଛି।

ପ୍ରକାଶ ଯେ, ଟ୍ରାକ୍ଟର ଯୋଗେ ବଲି କାଠ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ଚଢ଼ଉ କରିଥିଲା। ଧଉରାଖମନ ଗାଁରୁ ବନମାଲ ଗାଁକୁ ବଲିକାଠ ଚୋରା ଚାଲାଣ କରୁଥିବା ୨ଟି ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିଥିଲା। ସେହିପରି ବାଗଦୋର ଗ୍ରାମରୁ ଧଉରାଖମନ ଗ୍ରାମକୁ ଆଉ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ଜାଳେଣି କାଠ ଚୋରା ଚାଲାଣ ହେଉଥିବା ସମୟରେ ବାଗଦୋର ଗ୍ରାମଠାରେ ଜବତ କରିଥିଲା। ଏନେଇ ୩ଟି ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର