ଭୁବନେଶ୍ୱର : ଉତ୍ତରପୂର୍ବ ରେଳପଥର ତିନସୁକିଆ ଓ ଲମଡିଙ୍ଗ ଡିଭିଜନ୍ରେ ବିଭିନ୍ନ ସଂଗଠନ ପକ୍ଷରୁ ‘ରୋଳରୋକୋ’ ଆନ୍ଦୋଳନ ଓ ଆସାମରେ ବର୍ତ୍ତମାନ ଦେଖା ଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ରେଳ ବିଭାଗ ପକ୍ଷରୁ କିଛି ଟ୍ରେନ୍କୁ ସଂପୂର୍ଣ୍ଣ ଓ ଆଂଶିକ ବାତିଲ୍ କରି ଦିଆଯାଇଛି। ସେହିପରି କିଛି ଟ୍ରେନ୍ ଗନ୍ତବ୍ୟସ୍ଥଳରୁ ବିଳମ୍ବରେ ଛାଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବେଙ୍ଗାଲୁରୁ କ୍ୟାଣ୍ଟ- ଅଗରତାଲା ହମସଫର୍ ଏକ୍ସପ୍ରେସ୍ (ନଂ ୧୨୫୦୩)କୁ ୧୩ ତାରିଖ ପାଇଁ ସଂପୂର୍ଣ୍ଣ ବାତିଲ୍ କରି ଦିଆଯାଇଛି। ଦିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ୍ (ନଂ୧୫୯୦୬)କୁ ୧୪ ତାରିଖ ଓ କନ୍ୟାକୁମାରୀ ଦିବ୍ରୁଗଡ଼ ଏକ୍ସପ୍ରେସ୍ (ନଂ୧୫୯୦୫)କୁ ୧୯ ତାରିଖ ପାଇଁ ସଂପୂର୍ଣ୍ଣ ବାତିଲ୍ କରାଯାଇଛି। ସେହିପରି ଦିବ୍ରୁଗଡ଼-ତାମ୍ବ୍ରରମ୍ ଏକ୍ସପ୍ରେସ୍ (ନଂ୧୫୯୦୩) ଆସନ୍ତା ୧୬ ତାରିଖ ଦିନ ଦିବ୍ରୁଗଡ଼ ବଦଳରେ ଗୌହାଟୀରୁ ଯାତ୍ରାରମ୍ଭ କରିବ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ହାୱଡ଼ା-ଖଡ଼ଗପୁର ସେକ୍ସନରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ପୁରୀ-ହାୱଡ଼ା ଏକ୍ସପ୍ରେସ୍ (ନଂ୧୨୮୩୮), ପୁରୀ ସାନ୍ତ୍ରାଗାଚ୍ଛି ସ୍ବତନ୍ତ୍ର ଟ୍ରେନ୍ (ନଂ୦୮୪୦୩) ଓ ପୁରୀ-ହାୱଡ଼ା ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ନିର୍ଧାରିତ ସମୟଠାରୁ ୩ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ପୁରୀରୁ ଯାତ୍ରାରମ୍ଭ କରିବ।