ବନ୍ଦ ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୩ଟି ବାତିଲ୍‌

ଭୁବନେଶ୍ବର : ଭାରତ ବନ୍ଦ ଯୋଗୁଁ ଆଜି ୩ଟି ଟ୍ରେନ୍‌ ବାତିଲ ହୋଇଛି। ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ପ୍ରାୟ ସମସ୍ତ ଟ୍ରେନ୍‌ ବିଳମ୍ବରେ ଚାଲିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭଦ୍ରକ ପାସେଞ୍ଜର, ଭୁବନେଶ୍ବର-ବ୍ରହ୍ମପୁର ପସେଞ୍ଜର ଓ ପାରାଦୀପ-କଟକ ପାସେଞ୍ଜରକୁ ବାତିଲ କରାଯାଇଥିଲା।

ବିଭିନ୍ନ ରେଳ ଷ୍ଟେସନରେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁଁ ତାଳଚେରରେ ସକାଳ ୬ଟାରୁ ଟ୍ରେନ୍‌ ଅଟକିଥିବା ବେଳେ ଭୁବନେଶ୍ବର, ବ୍ରହ୍ମପୁର, ଭଦ୍ରକ ଓ କେନ୍ଦୁଝରଗଡ଼ ଷ୍ଟେସନ୍‌ରେ ସକାଳ ୬ଟା ୩୦ରୁ ରେଳ ରୋକ ଆରମ୍ଭ ହୋଇଥିଲା। ସକାଳ ୬ଟାରେ ବ୍ରହ୍ମପୁର ଷ୍ଟେସନରେ ହାଓଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ ଅଟକି ରହିଥିବା ବେଳେ ୬ଟା ୩୦ରେ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର ଭଦ୍ରକ ଷ୍ଟେସନରେ, କେନ୍ଦୁଝରଗଡ଼ରେ କେନ୍ଦୁଝରଗଡ଼-ଭୁବନେଶ୍ବର ପାସେଞ୍ଜର, ଭୁବନେଶ୍ବର ଷ୍ଟେସନରେ ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ଓ ପୁରୀ ରାଉରକେଲା ପାସେଞ୍ଜର, ବ୍ରହ୍ମପୁରରେ ଇଚ୍ଛାପୁର-କଟକ ମେମୋ ଅଟକି ରହିଥିଲା। ୱାଲଟିୟର‌୍‌ ଡିଭିଜନକୁ ରେଳ ଚଳାଚଳ ସ୍ବାଭାବିକ ଥିଲେ ମଧ୍ୟ କିଛି ଟ୍ରେନକୁ ରାସ୍ତାରେ ଅଟକ ରଖାଯାଇଥିଲା।

ସମ୍ବନ୍ଧିତ ଖବର