ରାସ୍ତାରେ ମୁଗ ଶୁଖାଇବାକୁ ନେଇ ମାରପିଟ, ୩ ଆହତ

ରାସ୍ତାରେ ମୁଗ ଶୁଖାଇବାକୁ ନେଇ ମାରପିଟ, ୩ ଆହତ

www.hindirasayan.com

ଧର୍ମଶାଳା: ଧର୍ମଶାଳା ଥାନା ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର ଗାଁ ରାସ୍ତାରେ ମୁଗ ଶୁଖାଇବାକୁ କେନ୍ଦ୍ରକରି ଆଜି ପୂର୍ବାହ୍ଣରେ ଦୁଇଟି ପରିବାର ମଧ୍ୟରେ ମାରପିଟ୍ ହୋଇଛି। ଏଥିରେ ଉଭୟ ପରିବାରର ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ସୁରେନ୍ଦ୍ର ସାହୁଙ୍କ ପତ୍ନୀ ମମତା(୪୨), ପୁଅ ସୌମ୍ୟରଂଜନ(୧୮) ଏବଂ ନିମାଇଁ ଚରଣ ବାରିକ(୪୫)।

ଏସଂପର୍କରେ ଉଭୟ ପକ୍ଷ ଥାନାରେ ପୃଥକପୃଥକ ଏତଲା ଦେଇଛନ୍ତି। ପ୍ରକାଶ ଯେ, ଅଚ୍ୟୁତପୁର ଗାଁ ରାସ୍ତାରେ ମୁଗ ଶୁଖାଇବାକୁ କେନ୍ଦ୍ର କରି ସୁରେନ୍ଦ୍ର ଓ ନିମାଇଁଙ୍କ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ସୌମ୍ୟରଂଜନଙ୍କ କାନ ଫାଟି ରକ୍ତସ୍ରାବ ହୋଇଥିବା ବେଳେ ନିମାଇଁଙ୍କ ମୁଣ୍ତ ଫାଟିଯାଇଛି। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସୌମ୍ୟରଂଜନ ଓ ନିମାଇଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe