ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ ଓପିଜିସି କାରଖାନାରେ ଦୁର୍ଘଟଣା। ଆଜି ସଂନ୍ଧ୍ୟାରେ ଓପିଜିସିର ତିନି ନମ୍ବର ୟୁନିଟର ଇଏସପି ହପର ଭାଙ୍ଗିଯିବାରୁ ତିନି ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶ୍ରମିକମାନଙ୍କୁ ବନହରପାଲିସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତିନି ଜଣ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆପାଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି । ତେବେ ଆହତ ହୋଇଥିବା ଶ୍ରମିକମାନେ ଏଆରଏସ କମ୍ପାନୀର ଏକ ଠିକାସଂସ୍ଥାରେ କାର୍ଯ୍ୟ କରୁଥିଲେ ।
ଝାରସୁଗୁଡା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି କାରଖାନାରେ ଦୁର୍ଘଟଣା, ୩ ଶ୍ରମିକ ଗୁରୁତର
/sambad/media/post_attachments/wp-content/uploads/2020/09/PHOTO-2020-09-05-23-30-22-ff.jpg)