୩ ବର୍ଷିୟା ଶିଶୁ କନ୍ୟା ବିକ୍ରି: ଉଦ୍ୟମ କରୁଥିଲେ ବାପା, ମା କରି ଦେଲେ ପଣ୍ଡ

ନୋଟାରି ପ୍ରସ୍ତୁତ କରିଥିଲେ ମିଛ ଦସ୍ତାବେଜ,ଏତଲା ହୋଇଛି କିନ୍ତୁ ଗିରଫଦାରୀ ନାହିଁ

ଭୁବନେଶ୍ବର: ୩ ବର୍ଷିୟା ଶିଶୁ କନ୍ୟା ବିକ୍ରି ଉଦ୍ୟମ କରୁଥିଲେ ବାପା କିନ୍ତୁ ମା କରି ଦେଲେ ପଣ୍ଡ। ଏଥିପାଇଁ ରୁଚିକା ଚାଇଲ୍ଡ ଲାଇନ ଏବଂ ବଡ଼ଗଡ଼ ପୁଲିସ ତାଙ୍କୁ ସହଯୋଗ କରିଛନ୍ତି। ଏଥିସଂକ୍ରାନ୍ତରେ କାହାକୁ ଗିରଫ ହୋଇ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଲା, ଶିଶୁ କନ୍ୟା ବିକ୍ରି ପ୍ରକ୍ରିୟାରେ ଜଣେ ନୋଟାରି ସହଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ଶିଶୁ କନ୍ୟାଙ୍କ ମା ଜଟନିରେ ଏବଂ ବାପା ବଡ଼ଗଡ଼ ବ୍ରିଟକଲୋନିରେ ଅଲଗା ହୋଇ ରୁହନ୍ତି। ପ୍ରାୟ ୪ ମାସ ପୂର୍ବରୁ ପୁରୁଷ ଝିଅକୁ ନିଜ ପାଖରେ ରଖିବାକୁ କହି ସ୍ତ୍ରୀ ପାଖରୁ ନେଇ ଆସିଥିଲେ।

କିଛି ଦିନ ପୂର୍ବରୁ ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ। ଏଥିପାଇଁ ବେଆଇନ ପୌଷ୍ୟ ଦସ୍ତାବେଜ ମଧ୍ୟ ପ୍ରସ୍ତୁତ କରାଯାଉଥିଲା। ଏପରିକି ଝିଅର ନାଁ ଏବଂ ଧର୍ମ ମଧ୍ୟ ବଦଳାଇ ଦସ୍ତାବେଜ ପ୍ରସ୍ତୁତ କରାଯାଇଥିଲା। ଜଣେ ନୋଟାରି ଏଥିରେ ତାଙ୍କୁ ସହଯୋଗ କରିଥିଲେ। ଏହି ମିଛ ଦସ୍ତାବେଜ ମଧ୍ୟ ଜବତ ହୋଇଛି। ବରଗଡ଼ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ମାମଲା ରୁଜ୍ଜୁ ହୋଇ ନାହିଁ।

ସମ୍ବନ୍ଧିତ ଖବର