କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୩ ବର୍ଷର ଧଳା କୁମ୍ଭୀର

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଧଳା କୁମ୍ଭୀର ପର୍ଯ୍ୟଟକଙ୍କ ମନ ମୋହୁଛି। ଭିତରକନିକାର ଆବଦ୍ଧ ପୋଖରୀରେ ଗୋରୀ ଓ ମଲ୍ଲୀ ଧଳା କୁମ୍ଭୀର ସହିତ ପ୍ରଜନନ କେନ୍ଦ୍ରରେ ଏହି ଧଳା କୁମ୍ଭୀର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ପୃଥିବୀରେ ଧଳା କୁମ୍ଭୀରଙ୍କ ସଂଖ୍ୟା ନଗଣ୍ୟ ଥିବାବେଳେ ଭିତରକନିକାରେ ଧଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏହି ଘଟଣାରୁ ଜଣାପଡ଼ିଛି।

ଭିତରକନିକାର ଡାଙ୍ଗମାଳଠାରେ ୪୬ ବର୍ଷର ଧଳା ଶଙ୍ଖୁଆ କୁମ୍ଭୀର ଗୋରୀ ୧୯୭୫ ମସିହାରେ ଜନ୍ମ ହୋଇଥିଲା। ଏହା‌ପରେ ଦୀର୍ଘ ବର୍ଷ ଯାଏ ଭିତରକନିକାରେ ଧଳା କୁମ୍ଭୀର ଦେଖିବାକୁ ମିଳି ନଥିଲା। ୨୦୦୩ରେ ବାଙ୍କୁଆଳ ଗାଁ ପଛ ଜଙ୍ଗଲରୁ ଦୁଇଟି ଧଳା କୁମ୍ଭୀର ଶାବକଙ୍କୁ ଦେଖିବାକୁ ମିଳିଥିଲା। ଗୋଟିଏ ସବୁଠୁ ସଫା ଦିଶୁଥିବା ଧଳା କୁମ୍ଭୀର ମଲ୍ଲୀକୁ ଆଣି ଏକ ଆବଦ୍ଧ ପୋଖରୀରେ ରଖାଯାଇଥିଲା। ବୟସାଧିକ ହେତୁ ଗୋରୀର ରଙ୍ଗ କମି ଆସୁଥିବା ବେଳେ ମଲ୍ଲୀ ଏବେ ଦେଶବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଗତ କିଛିବର୍ଷ ହେଲା ମଲ୍ଲୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମାତ୍ର ଚଳିତବର୍ଷ ଭିତରକନିକାର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଦଳା କୁମ୍ଭୀର ଶାବକ ଖରା ପୁଇଁବା ଓ ଆବଦ୍ଧ କୁଣ୍ଡରେ ପହଁରିବାର ଦୃଶ୍ୟ ଦେଖିବାକୁ ମିଳୁଛି

ସମ୍ବନ୍ଧିତ ଖବର