ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ନୂଆପଡା ଗ୍ରାମରେ ହାତୀ ଉପଦ୍ରବରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି। ଫଳରେ ଚାଷୀମାନଙ୍କ ମନରେ ଦୁଃଖ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ନୂଆପଡା ଗ୍ରାମରେ ତିନିଦିନ ହେଲା ବଣୁଆ ହାତୀପଲ ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ହାତୀପଲ ଗାଁ ଶ୍ମଶାନଘାଟ ନିକଟରେ ରହୁଥିବା ବେଳେ ସେହି ଅଞ୍ଚଳରେ ଥିବା ଧାନ ଚାଷ ମାଡି ମକଚି ନଷ୍ଟ କରିଦେଇଛନ୍ତି। ହାତୀପଲଙ୍କ ମଧ୍ୟରେ ୩୦ଟି ହାତୀ ଥିବା କୁହାଯାଉଛି। ଚଳିତ ବର୍ଷ ଋଣ କରଜ କରି ଚାଷୀମାନେ ଧାନ ଚାଷ କରିଛନ୍ତି। ସେହି ଅଞ୍ଚଳରେ ପ୍ରାୟ ୪୦ଏକରରୁ ଊର୍ଦ୍ଧ୍ବ ଧାନ ଚାଷ ଏବେ ହାତୀମାନଙ୍କ ଦ୍ୱାରା ନଷ୍ଟ ହୋଇଥିବା ଜଣାପଡିଛି। ହାତୀପଲଙ୍କୁ ଘଉଡାଇଲେ ମଧ୍ୟ ସେମାନେ ଜଙ୍ଗଲ ଭିତରକୁ ଯାଉନଥିବାରୁ ଚାଷୀମାନେ ଏବେ ହତାଶ ହୋଇପଡିଛନ୍ତି।

Advertisment