୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜର ୩୦ ଫୁଟିଆ ୱାଲ୍‌

ନୀଳଗିରି: ନିର୍ମାଣର ୨୪ ଘଣ୍ଟା ନପୂରୁଣୁ ବ୍ରିଜ୍‌ ସୁରକ୍ଷା ପାଇଁ କରାଯାଇଥିବା ୱାଲ୍‌ ଧରାଶାୟୀ ହୋଇଛି। ନିମ୍ନମାନର କାର୍ଯ୍ୟ ପାଇଁ ନିର୍ମାଣାଧୀନ ବ୍ରିଜ ୱାଲ ଭୁଶୁଡ଼ି ପଡ଼ିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ ନିର୍ମାଣଧୀନ ବ୍ରିଜର୍ ବଡ଼ ୱାଲ ଗଡ଼ି ପଡ଼ିଲା। ଶନିବାର ରାତିରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଢଳେଇ ପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଗଡ଼ି ପଡ଼ିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଖୁସିର କଥା ହେଲା ଯେ, ଏହି ଅଘଟଣରୁ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ କୋଟିକୋଟି ଟଙ୍କାର ଏକ ବଡ଼ କେନାଲ ନିର୍ମାଣ ହେଉଥିବାରୁ ୬ଟି ୱାଲ ହୋଇଥିଲା। କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବିନା ବେଶରେ ୱାଲ ହୋଇଥିବା ଯୋଗୁ ଗୋଟିଏ ୱାଲ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। କାମ ଆରମ୍ଭରୁ ଏମିତି ହେଲାଣି ଆଗକୁ ବ୍ରିଜ କେତେ ସୁରକ୍ଷିତ ବୋଲି ବି ପ୍ରଶ୍ନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠୀ ଓ ବିଧାୟକ ସୁକାନ୍ତ ନାୟକ।

ସମ୍ବନ୍ଧିତ ଖବର