ଯାଜପୁର: ଯାଜପୁରରୋଡ ଡୋଲପୁର ମିଟୁଆଣି ଠାରେ ଜଣେ ମହିଳାଙ୍କ ଠାରୁ ୩୦ ଗ୍ରାମ ବ୍ରାଉନସୁଗାର ଯାଜପୁର ଅବକାରୀ ବିଭାଗ ଜବତ କରିଛି। ବ୍ରାଉନ୍ସୁଗାର ଜବତ ଘଟଣାରେ ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଝୁମୁରି ପାତ୍ର।
/sambad/media/post_attachments/wp-content/uploads/2022/11/b908b811-58ee-449f-b4f3-c23149b8f560.jpg)
ସୂଚନା ଅନୁସାରେ ଡୋଲପୁର ମିଟୁଆଣି ଗ୍ରାମର ରବୀନ୍ଦ୍ର ପାତ୍ରଙ୍କ ସ୍ତ୍ରୀ ଝୁମୁରି ବ୍ରାଉନସୁଗାର କାରବାର ସହ ଜଡ଼ିତ ଥିବା ନେଇ ଯାଜପୁର ଜିଲ୍ଲା ଅବକାରୀ ବିଭାଗର ଭ୍ରାମ୍ୟମାଣ ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇଥିଲେ। ମହିଳାଙ୍କ ବ୍ରାଉନ୍ସୁଗାର କାରବାର ଧରିବା ପାଇଁ ସେ ଏକ ସ୍ବତନ୍ତ୍ର ଯୋଜନା କରିଥିଲେ। ଏଥି ପାଇଁ ସେ ଆଜି ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ଗ୍ରାହକ ବେଶରେ ବ୍ରାଉନସୁଗାର କିଣିବା ପାଇଁ ପଠାଇଥିଲେ। ଗ୍ରାହକ ବେଶ ଧରି ବ୍ରାଉନସୁଗାର କିଣି ଆସିଥିବା ଗ୍ରାହକଙ୍କୁ ମହିଳା ଜଣଙ୍କ ଧଳାଜହର ବିକୁଥିବା ସମୟରେ ଅନ୍ୟ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ମହିଳାଙ୍କଠାରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା, ଯାହାର ମୁଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/5c711387-684f-4c93-af5b-0063fff4fb15.jpg)