ଚଣ୍ଡିଖୋଲ: ପୂର୍ତ୍ତ ବିଭାଗର ଚାରବାଟିଆ ଡିଭିଜନ ଓ ବଡ଼ଚଣା ଉପଖଣ୍ଡ ଅଧୀନ ବଡ଼ଚଣା-ଦର୍ପଣ ୧୦ କିଲୋମିଟର ରାସ୍ତାରେ ୩୦ଟି ହମ୍ପସ ରହିଛି। ଏହି ହମ୍ପସ ପାଇଁ ଛାତ୍ରଛାତ୍ରୀ ଓ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରୁ ତୁରନ୍ତ ହମ୍ପସ ସବୁ ଉଠାଇଦେବା ସହିତ ଠିକାଦାରୀ ସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ଚଣ୍ଡିଖୋଲ କୋର୍ଟର ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ ବଡ଼ଚଣା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଚଣ୍ଡିଖୋଲ କୋର୍ଟ ବାର ଅସୋସିସନ ଉପସଭାପତି ଶ୍ରୀକାନ୍ତ ବଳ, ବରିଷ୍ଠ ଆଇନଜୀବୀ ଶରତ କୁମାର ଷଡ଼ଙ୍ଗୀ, କୈଳାସ ଚନ୍ଦ୍ର ସାମଲ ଓ ସୁବ୍ରତ କୁମାର ସ୍ୱାଇଁ ପ୍ରମୁଖ ଶ୍ରୀ ସାହୁ ଥାନାରେ ଅଭିଯୋଗ କରିବା ସମୟରେ ଉପସ୍ଥିତ ଥିଲେ।