ବାଣ ବିସ୍ଫୋରଣରେ ୩୦ ଆହତ

ପୁରୀ : ଗୋପ ବ୍ଲକ୍‌ ଅନ୍ତର୍ଗତ ଛଇତନା ମେଳଣରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ବାଣ ବିସ୍ଫୋରଣ ଘଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ଆତସବାଜି ପ୍ରତିଯୋଗିତା ସମୟରେ ଏହି ବିସ୍ଫୋରଣ ଘଟିଥିବାବେଳେ ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ମେଳଣ ପଡ଼ିଆରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଗତକାଲିର ଏହି ଅଘଟଣ ଆଖପାଖ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର