ସୋନପୁର : ସୋନପୁର ଅବକାରୀ ବିଭାଗ ଗୁରୁବାର ଚଢ଼ଉ କରି ୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ବିଭାଗୀୟ ସୂଚନାନୁସାରେ ଏକ ବଲେରୋ (ଜେଏଚ୍ ୧୭ଡି–୧୭୦୮)ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟୁ ସୋନପୁର, ବିନିକା ରାସ୍ତା ଦେଇ ବିହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା। ଫଳରେ ଅବକାରୀ ଅଧିକାରୀମାନେ ସୋନପୁର-ବିନିକାର ରାସ୍ତା ଶରଧାପାଲି ଛକରେ ଛକି ରହି ଉକ୍ତ ଗାଡ଼ିକୁ ଧରିଥିଲେ।
ଯାଞ୍ଚ ବେଳେ ବଲେରୋରୁ ୩୦ କେଜି ଗଞ୍ଜେଇ ବାହାରିଥିଲା। ଫଳରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଏଥିରେ ସଂପୃକ୍ତ ବିହାରର ନୱାଦା ଜିଲ୍ଲା ଆକବରପୁର ଥାନା ଆସ୍ମା ଗ୍ରାମର ସନ୍ନି କୁମାର ଓରଫ ସନ୍ନି ସିଂହ (୨୭), ନୱାଦା ଜିଲ୍ଲା କୱାକୋଲ ଥାନା ଖଇରା ଗ୍ରାମର ମୁକେଶ କୁମାର (୩୦) ଓ ଝାରଖଣ୍ଡ କୋଡର୍ମା ଜିଲ୍ଲା ସତଗାଓଁ ଥାନା ସତଗାଓଁ(ମାଧପୁର) ଗ୍ରାମର ଅନିଲ ପାଣ୍ଡେ (୪୦)କୁ ଗିରଫ କରି କୋର୍ଟଚାଲାଣ କରିଛି। ବଲେରୋଟିକୁ ମଧ୍ୟ ଜବତ କରାଯାଇଛି। ଅବାକରୀ ଏସ୍ପି ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ହୋଇଥିବା ଚଢ଼ଉରେ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଇନ୍ସପେକ୍ଟର ପ୍ରକାଶ ସା, ଏସ୍ଆଇ ସୁଧୀର ମିଶ୍ର, ଏଏସ୍ଆଇ ପୃଥ୍ବୀରାଜ କହଁର, ଏଏସ୍ଆଇ ଡୋଳାମଣି ପ୍ରଧାନ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/ganja-seized-in-sonepur.jpg)