ଆନନ୍ଦପୁର : ୫୦ ଟଙ୍କାରେ ୩୦ କେଜି ଟ‌ମାଟୋ

ଆନନ୍ଦପୁର : ଆନନ୍ଦପୁର ଅଞ୍ଚଳରେ ୩୦ କେଜି ବିଲାତୀ ବାଇଗଣର ଦାମ ମାତ୍ର ୫୦ ଟଙ୍କା। ଏଭଳି ସ୍ଥିତିିରେ ଚାଷୀ ତାର ପାରିଶ୍ରମିକ ପାଇ ପାରୁ ନାହିଁ। ଆନନ୍ଦପୁୁର ଅଞ୍ଚଳର ବିଲାତୀ ବାଇଗଣ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଏମିତିକି ଚାଷୀ କ୍ଷେତରୁ ବିଲାତୀ ବାଇଗଣ ତୋଳିବାକୁ ଡରୁଛି। ଯେତିକି ଖର୍ଚ୍ଚ ହେଉଛି, ତାହା ଉଠୁନାହିଁ। ଏମିତି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ କ୍ଷେତରେ ବିଲାତୀ ବାଇଗଣ ପଚିବା ସାର ହେବ ବୋଲି କେତେକ ଚା‌ଷୀ ପ୍ରକାଶ କରିଛନ୍ତି।

ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଲକଡାଉନ୍ ସମୟରେ ଆନନ୍ଦପୁର ବଜାରରେ ବାହାର ରାଜ୍ୟର ବିଲାତି ବିକ୍ରି ହେଉଥିଲା। ସେତେବେଳେ ଖୋଲାବଜାରରେ ବିଲାତୀ ବାଇଗଣ କେଜି ୮୦ରୁ ୧୦୦ଟଙ୍କା ବିକ୍ରି ହେଉଥିଲା। ଖାଉଟି ସେତେବେଳେ ବିଲାତୀ ବାଇଗଣ କିଣିବାକୁ ପଛଘୁଞ୍ଚା ଦେଉଥିିଲା। ଗରିବ ଲୋକଙ୍କ ହାଣ୍ଡିଶାଳରେ ବିଲାତି ପହଞ୍ଚି ପାରୁ ନଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳର ବିଲାତୀ ବାଇଗଣ ବଜାରକୁ ଆସିଥିଲା। ଜାନୁଆରି ମାସରେ କେଜି ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା।

ଆନନ୍ଦପୁର ବ୍ଲକ୍‌ ହାତୀବନ୍ଧା ଗ୍ରାମର ଚାଷୀ ନରହରି ଜେନା, ଶ୍ରୀପତି ଜେନା, ଶରତ ଜେନାଙ୍କ କହିବା ଅନୁସାରେ, ଜାନୁଆରି ମାସରେ ବିଲାତି ୩୦ କେଜି ଟ୍ରେ ୫୫୦ ଟଙ୍କାରେ ବେପାରିଙ୍କୁ ବିକ୍ରି କରୁଥିଲେ। ଏବେ ଦର ଅହେତୁକ ଭାବେ ହ୍ରାସ ପାଇଛି। ୩୦ କେଜିି ଟ୍ରେ ଏବେ ମାତ୍ର ୫୦ଟଙ୍କାରେ ବିକ୍ରି କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ବିଲାତିର ଚାହିଦା ନଥିବାରୁ ପ୍ରତିଦିନ ଟ୍ରିପ୍ ଟ୍ରିପ୍ ବିଲାତି ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ପଠାଯାଉଛି। ଶୀତଳଭଣ୍ଡାର ନଥିବାରୁ ବିଲାତିର ସଂରକ୍ଷଣ ହୋଇପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ଚାଷୀମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ସତ୍ତ୍ବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର