ଭୁବନେଶ୍ୱର : ରାଜ୍ୟରେ ପିଆଜ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କୋରାପୁଟ ଜିଲ୍ଲାରେ ୩୦ଟି ସ୍ବଳ୍ପ ମୂଲ୍ୟଯୁକ୍ତ ପିଆଜ ଷ୍ଟୋରୋଜ୍ ୟୁନିଟ୍ ସ୍ଥାପନ କରିବାକୁ ଯାଉଛନ୍ତି। ଏ ନେଇ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏମ୍ଆଇଡିଏଚ୍ (ମିଶନ ଅନ୍ ଇଣ୍ଟିଗ୍ରେଟେଡ୍ ଡେଭ୍ଲପମେଣ୍ଟ ଅଫ୍ ହର୍ଟିକଲ୍ଚର) ଯୋଜନାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାରେ ୩୦ଟି ପିଆଜ ଷ୍ଟୋରେଜ୍ ୟୁନିଟ୍ ପ୍ରତିଷ୍ଠା କରାଯିବ। ପ୍ରତି ଷ୍ଟୋରେଜ୍ ୟୁନିଟ୍ର ଧାରଣ କ୍ଷମତା ୨୫ ମେଟ୍ରିକ୍ ଟନ୍ ରହିବ ଏବଂ ପ୍ରତି ଷ୍ଟୋରେଜ୍ ୟୁନିଟ୍ ପିଛା ସରକାର ଏକ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ କରିବେ। ଏ ବାବଦରେ ଚାଷୀଙ୍କୁ ୮୭.୫୦ ହଜାର ଟଙ୍କାର ସବ୍ସିଡ଼ି ପ୍ରଦାନ କରାଯିବ। ବିଶେଷକରି ଚାଷୀମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। କୋରାପୁଟ ଜିଲ୍ଲାର ୩୦ ଜଣ ଚାଷୀଙ୍କ ନାମରେ ୩୦ଟି ପିଆଜ ଷ୍ଟୋରେଜ୍ ୟୁନିଟ୍ ପ୍ରତିଷ୍ଠା କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଡ. ଉପାଧ୍ୟାୟ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାର ଚାଷୀ ଦିଲ୍ଲୀପ ସରକାର, ସନ୍ତୋଷ କୁମାର ଷଡ଼ଙ୍ଗୀ, ଘାସିରାମ ନର୍ଲା, ଶିବ ପ୍ରସାଦ ନାୟକ, ରାମଚନ୍ଦ୍ର ମୁନିଗୁଡ଼ିଆ, ମଳୟ ଚନ୍ଦ୍ର ମିଶ୍ର, ଜୟରାମ ପାତ୍ର, ମଙ୍ଗଳା ପାତ୍ର, କୃପା କୁଟିଆ, ଶଶୀଭୂଷଣ ମଲ୍ଲିକ, ଦଲିଆ ଚିକୁରିଆ, ଲୋକନାଥ ତଲିଆ, ମହେଶ୍ବର ଖିଲ, ଲକ୍ଷ୍ମଣ ଖୁଡୁପିଆ, ଗଙ୍ଗାରାମ ହରିଜନ, ଶ୍ରୀରାମ ହରିଜନ, ଦିଲ୍ଲିପ ସାହୁ, ଶ୍ୟାମସୁନ୍ଦର ପାତ୍ର, କଳାକାର ମିଶ୍ର, ଗୋବିନ୍ଦ ଚନ୍ଦ୍ର ପାତ୍ର, ଦୁର୍ଗାମାଧବ ବିଶୋୟୀ, ସୁବାସ ମାଣିଆକା, ଛବିଲାଲ ବିଶୋୟୀ, ଶୁକ୍ରୁ ମାଝୀ, ଯମୁନା ପୂଜାରୀ, କୁଶ ତନ୍ତୀ, ରଘୁପତି ମାଝୀ, ନକୁଳ ପୁଜାରୀ, ମୁରଲୀ କ୍ରିଷ୍ଣା ପ୍ରମୁଖ ୩୦ ଜଣ ଚାଷୀଙ୍କ ନାମରେ ଅର୍ଥ ମଞ୍ଜୁର ହୋଇଯାଇଛି।
କୋରାପୁଟରେ ପ୍ରତିଷ୍ଠା ହେବ ୩୦ ପିଆଜ ଷ୍ଟୋରେଜ୍ ୟୁନିଟ୍
/sambad/media/post_attachments/wp-content/uploads/2018/10/oni.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)