୩୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌

ଭୁବନେଶ୍ବର : ରାଜ୍ୟରେ ତୃତୀୟ ଦଫା ଲକ୍‌ଡାଉନ୍ ଜାରି ରହିଥିଲା ବେଳେ ଏହି ସମୟରେ ସରକାରୀ କାର୍ଯ୍ୟାଳୟ ଚାଲିବା ନେଇ ସରକାର ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ୩୦% କର୍ମଚାରୀରେ ସବୁ ସରକାରୀ କାର୍ଯ୍ୟାଳୟ ଚାଲିବ। ଉପସଚିବ ଓ ତତୋଧିକ ପାହ୍ୟାର ଅଧିକାରୀମାନେ ନିୟମିତ କାର୍ଯ୍ୟାଳୟ ଆସିବେ। ତେବେ ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ କୋଭିଡ୍‌ ସଂକ୍ରମଣ ଓ କାମ ଚାପ ଦେଖି କର୍ତ୍ତୃପକ୍ଷ କେତେ କର୍ମଚାରୀ ଆସିବେ, ସେ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ। ଭିନ୍ନକ୍ଷମ ଓ ଗର୍ଭବତୀ ମହିଳା କର୍ମଚାରୀମାନେ ଘରୁ କାମ କରିବେ। ଜରୁରୀ କାର୍ଯ୍ୟରେ ନିୟୋଜିତ ବିଭାଗଗୁଡ଼ିକ ଶତ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର