ଭୁବନେଶ୍ୱର : ‘ସମ୍ବାଦ’ ସ୍ୱନକ୍ଷତ୍ର ଅବସରରେ ଆଜି ‘ସମ୍ବାଦ-ଆମ ଓଡ଼ିଶା’ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୨୦୧୮ ମସିହା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ଦରମା ଅର୍ଥକୁ ଗରିବ ଚାଷୀ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ବୃତ୍ତି ଆକାରରେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଆଦେବନକାରୀଙ୍କଠାରୁ ଦରଖାସ୍ତ ଆବେଦନ କରାଯାଇଥିଲା। ସେହି ଦରଖାସ୍ତଗୁଡ଼ିକୁ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଗୋପବନ୍ଧୁ ମଲ୍ଲିକ ଓ ଅବସରପ୍ରାପ୍ତ ୟୁନାଇଟେଡ୍ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ତଥା କୃଷି ବିଶାରଦ ନଟବର ଖୁଣ୍ଟିଆଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଦ୍ବାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ପ୍ରଥମ ବର୍ଷ ପାଇଁ ସେମାନଙ୍କୁ ୨୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

Advertisment

ମାଲକାନାଗିରି ଏମ୍‌ଭି-୩ର ଜଗନ୍ନାଥପଲ୍ଲୀ ହାଇସ୍କୁଲର ଶିବ ସୁନ୍ଦର ପାଙ୍ଗୀ, ରାୟଗଡ଼ା ଜିଲ୍ଲା ଗୁମୁଡ଼ାର ଦ୍ରୌପଦୀ ବିଦ୍ୟାପୀଠର ଦେବାଶିଷ ପାଣିଗ୍ରାହୀ, ନବରଙ୍ଗପୁରର ନାୟକଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଂଗୀତା ମାଣ୍ଡିଙ୍ଗ, କୋରାପୁଟର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସ୍ୱୟଂ ସତ୍ୟପ୍ରଜ୍ଞ, ପୁରୀର କୁସୁମ୍ବର, ଛୁରିଆନା ବେଳାଭୂମି ହାଇସ୍କୁଲର ଆଶୁତୋଷ ପ୍ରଧାନ, ଖଣ୍ଡପଡ଼ା, ବିରିଡିର ଭଗବତୀ ବିଦ୍ୟାପୀଠର ଦେବୀ ପ୍ରସାଦ ମହାନ୍ତି, ଖୋର୍ଧା ଗୋପୀନାଥପୁର, ଧଉଳି ତୋଷାଳି ଏକାଡେମିର ସୁବ୍ରତ କୁମାର ସ୍ୱାଇଁ, ନୂଆପଡ଼ା ଜିଲ୍ଲା ବୋଡେନ୍, ଖଇରା ଜନଶକ୍ତି ହାଇସ୍କୁଲର ଅଭିଷେକ ଦଣ୍ଡସେନା, କଳାହାଣ୍ଡିର ବୃନ୍ଦାବାହାଲ ନୋଡାଲ ହାଇସ୍କୁଲର କରୁଣାକର ରାଉତ, ଦେବଗଡ଼ ରଜାମୁଣ୍ଡା ‌ମଳେହିପଡ଼ା ପଞ୍ଚାୟତ ହାଇସ୍କୁଲର ଅଭିଷେକ ପ୍ରଧାନ, ଝାରସୁଗୁଡ଼ା ବାଗଡିହର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରିୟଙ୍କା ମହାନନ୍ଦ, ବୌଦ୍ଧ ଯୋଗୀନ୍ଦ୍ରପୁର ସରକାରୀ ୟୁଜି ହାଇସ୍କୁଲର ରାକେଶ ଖମାରି, ସମ୍ବଲପୁର ଅଡ଼ିବାହାଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସିମ୍ପି ସାହୁ, ସୋନପୁର ଡୁଙ୍ଗୁରିପାଲି ରାମପୁର ହାଇସ୍କୁଲର ପବନ କୁମାର ପାଢ଼ୀ, ବଲାଙ୍ଗୀର ରୋତ୍‌ର ସରକାରୀ ପଞ୍ଚାୟତ ନୋଡାଲ ହାଇସ୍କୁଲର ସୈରେନ୍ଦ୍ରୀ ସେଠ୍, ବରଗଡ଼ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଅଭିଷେକ ଖମାରୀ, ସୁନ୍ଦରଗଡ଼ ‌ଛାଟେନପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜାହ୍ନବୀ ତଣ୍ଡିଆ, ଅନୁଗୁଳ ରାଜକିଶୋରନଗର ଜୟରାଟ ହାଇସ୍କୁଲର ଜିନେଶ କୁମାର ମାଝି, ଢେଙ୍କାନାଳ ଗଦାଶିଳା, ଚାଇଁପୁରର ମଣିଦେବୀ ହାଇସ୍କୁଲର ସୋନାଲି ପ୍ରିୟଦର୍ଶିନୀ ନାୟକ, ଗଂଜାମ ମଥୁରା କାହ୍ନୁଚରଣ ନୋଡାଲ ହାଇସ୍କୁଲର ରାହୁଲ ସାହୁ, ଗଜପତି ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଆକାଂକ୍ଷା ପ୍ରିୟଦର୍ଶିନୀ କାର୍ଜି, କନ୍ଧମାଳ ଶଙ୍କରାଖେଶଲ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ନିଗ୍‌ଧାରାଣୀ କହଁର, ମୟୂରଭଞ୍ଚ ଉଦଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅମ୍ରିତ ସାଗର ପାଢ଼ୀ, ବାଲେଶ୍ବର କଖଡ଼ା ବ୍ରଜମୋହନ ଏକାଡେମିର ଅଙ୍କିତା ମିଶ୍ର, ଭଦ୍ରକ ଲୁଣିଆ ସହଯୋଗ ହାଇସ୍କୁଲର ସ୍ମୃତିରେଖା ପଣ୍ଡା, ଯାଜପୁର ଅହିୟାସ ହାଇସ୍କୁଲର ଦୀନବନ୍ଧୁ ମିଶ୍ର, କେନ୍ଦୁଝର ବଡ଼ରମ୍ପାସ ଜପଦାସ ବିଦ୍ୟାମନ୍ଦିରର ଚନ୍ଦନ ଶଙ୍ଖୁଆ, କେନ୍ଦ୍ରାପଡ଼ା ନୈନ୍ଦିପୁର ନୋଡାଲ ହାଇସ୍କୁଲର କୀର୍ତିରଂଜନ ମିଶ୍ର, ଜଗତସିଂହପୁର ମରିଚପୁର ନୋଡାଲ ହାଇସ୍କୁଲର ମୋନାଲିସା ରାଉତ ଓ କଟକ କମଳାନିଧି ଚିନ୍ତାମଣ୍ଡୀ ନୋଡାଲ ହାଇସ୍କୁଲର ପ୍ରିୟଙ୍କା ଡାଳୁଆ ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମୁଖ୍ୟ ଅତିଥି ରାଜ୍ୟପାଳ ଗଣେଶୀ ଲାଲ ଛାତ୍ରଛାତ୍ରୀମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରିଥିଲେ।

ପୁରସ୍କୃତ ଛାତ୍ରଛାତ୍ରୀ

‘ସମ୍ବାଦ’ର ସ୍ୱନକ୍ଷତ୍ର ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟସ୍ତରୀୟ ଚିତ୍ରାଙ୍କନରେ ପାରାଦୀପ ଡିଏଭି ପବ୍ଲିକ୍ ସ୍କୁଲର ହିତେଶ କୁମାର ବାରିକ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କଟକର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ରଚନା ମହାପାତ୍ର ଦ୍ବିତୀୟ ଓ ଝାରସୁଗୁଡ଼ା ସେଣ୍ଟ ମ୍ୟାରି ‌ପ୍ରାଇମେରି ସ୍କୁଲର ଅତୁଲ୍ୟ ଗୌରବ ତୃତୀୟ ସ୍ଥାନ ହାସଲ କରିଥିଲେ।

ସେହିପରି ଓଡ଼ିଆ ହସ୍ତାକ୍ଷରରେ ରାଉରକେଲାର ମଧୁସୂଦନ ଶିକ୍ଷା ନିବାସର ଅନନ୍ୟା ଜେନା ପ୍ରଥମ, ବଲାଙ୍ଗୀର କଦମପଡ଼ାର ସରସ୍ବତୀ ଶିଶୁ ବିଦ୍ୟାଜ୍ଞାନ ମନ୍ଦିରର ଶୁଭମ୍ କୁମାର ଷାଣ୍ଢ ଦ୍ବିତୀୟ ଓ ନୟାଗଡ଼ ରତନପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶୁଭଶ୍ରୀ ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ଦୁଇ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫ହଜାର, ସାଢ଼େ ତିନି ହଜାର ଓ ଅଢ଼େଇ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଓଡ଼ିଆ ଭାଷାଜ୍ଞାନ-ପ୍ରବନ୍ଧରେ ମୟୂରଭଞ୍ଜ ଖୁଣ୍ଟାର ଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରିୟାଶିଷ ରଥ ପ୍ରଥମ, ସମ୍ବଲପୁର ଜିଲ୍ଲା ଯୁଯୁମୁରା କବରାପାଲିର କସ୍ତୁରବା ଗାନ୍ଧୀ ମାତୃନିଳୟ ଉଚ୍ଚ ବିଦ୍ୟାଳୟର ଦେବେଶ କୁମାର ସାହୁ ଦ୍ବିତୀୟ ଓ ପୁରୀ ବିଶ୍ୱମ୍ଭର ବିଦ୍ୟାପୀଠର ସୁମିତ୍ରା ଦାଶ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପୁରସ୍କାର ବାବଦରେ ସେମାନଙ୍କୁ ଯଥାକ୍ରମେ ୭ହଜାର, ୫ହଜାର ଓ ୩ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଏହାସହ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଭୁବନେଶ୍ବରର ଇନ୍‌ଷ୍ଟିଚ୍ୟୁଟ୍ ଅଫ ମିଡିଆ ଷ୍ଟଡିଜ୍‌ର କିରଣ କୁମାର ମହାନ୍ତି ପ୍ରଥମ, କଟକ ରେଭେନ୍‌ସା ବିଶ୍ବବିଦ୍ୟାଳୟର ପ୍ରଜ୍ଞା ପାରମିତା ପତ୍ରୀ ଦ୍ବିତୀୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମୋନାଲି ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ପ୍ରଥମସ୍ଥାନ ହାସଲ କରିଥିଲେ ବାଲେଶ୍ୱର ଗୁରୁଜୀ ହରେକୃଷ୍ଣ ବେହେରା ମହାବିଦ୍ୟାଳୟର ସୁପାଲି ମହାପାତ୍ର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଜୁନିୟର ମହାବିଦ୍ୟାଳୟର ସାଇନା ରଥ ଦ୍ବିତୀୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର ସୋମ୍ ପଣ୍ଡା ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ଦୁଇ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ୮ହଜାର, ୬ହଜାର ଓ ୪ହଜାର ଟଙ୍କା ପ୍ରଦାନ କରାଯାଇଥିଲା।