ମା’ ତାରିଣୀଙ୍କ ସୁନାବେଶ ଦେଖିଲେ ୩୦ ହଜାର ଶ୍ରଦ୍ଧାଳୁ

ଘଟଗାଁ : ପବିତ୍ର ରଜ ସଂକ୍ରାନ୍ତି ଅବସରରେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଆଜି ସଂକ୍ରାନ୍ତି ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଆଜି ମା’ଙ୍କ ଦର୍ଶନ କରିଛନ୍ତି। ଭିଡ଼କୁ ଦୃଷ୍ଟି ‌ରଖି ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼୍ ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ଯାଇ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ମା’ ତାରିଣୀ ପରିଚାଳନା ବୋର୍ଡ ପକ୍ଷରୁ ସତର୍କତା ମଧ୍ୟ ଅବଲମ୍ବନ କରାଯାଇଥିଲା।

ମନ୍ଦିର ବରିଷ୍ଠ ପୂଜକ ଶ୍ୟାମସୂନ୍ଦର ଦେହୁରୀ, ରମେଶ ଦେହୁରୀ, ପ୍ରଭାକର ଦେହୁରୀ, ଯଯାତି ଦେହୁରୀ ସମେତ ୧୫ ରୁ ଊର୍ଦ୍ଧ୍ବ ପୂଜକ ବଡିଭୋରରୁ ଆସି ମା’ଙ୍କ ଷୋଡ଼ଶ ଉପଚାର କରିବା ପରେ ପହଡ଼ ଖୋଲିଥିଲା। ପରେ ମଙ୍ଗଳ ଆଳତି ଓ ବଡ଼ସିଂହାର ପୂଜାପରେ ପହଡ଼ ଖୋଲିଥିଲା। ପହଡ଼ ଖୋଲିବା ମାତ୍ରେ ଲମ୍ବାଧାଡିରେ ଶ୍ରଦ୍ଧାଳୁ ଭକ୍ତ ବାରିକେଡ ଦେଇ ମା’ଙ୍କ ବେଢା ଭିତରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଲମ୍ବାଧାଡି ଆଜି ମନ୍ଦିର ମୁଖ୍ୟଶାଳାରୁ ଘଟକେଶ୍ବର ଶିବମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିଲା। ଶ୍ରଦ୍ଧାଳୁଙ୍କୁ ଆଜି ପ୍ରସାଦ ବଣ୍ଟନ କରାଯାଇଥିଲା। ଯାହା ଏକ ଭିନ୍ନ ଧରଣର ଥିଲା କିଛି ପୁରାତନ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ରଜ ସଂକ୍ରାନ୍ତିରେ ପୀଠରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ବିତରଣ କରିଥିଲେ। ମା’ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ଦୟାନିଧି ମହାନ୍ତ, ବଳଭଦ୍ର, ନିର୍ମଳ କୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର