ଟମକା : ଟମକା ଥାନା ଗୋବର୍ଦ୍ଧନପୁର ପଞ୍ଚାୟତ ଅଲେଖପୁର ଗାଁର କିଶୋର ରାଉତଙ୍କ ଘରୁ ୩୦ ଭରି ଓଜନର ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କିଶୋରଙ୍କ ପତ୍ନୀ ବନ୍ଦିତା ରାଉତ ଟମକା ଥାନାରେ ଏତଲା ଦେଇଛନ୍ତି। ସେ ଗତ ୨୪ ତାରିଖରୁ କୌଣସି କାମରେ କଟକ ଯାଇଥିଲେ। ଘରେ ତାଙ୍କ ସ୍ୱାମୀ କିଶୋର ଥିଲେ। ଗତକାଲି ରାତି କେହି ଘରେ ପଶି ଘର ଆଲାମିରା ଓ ଡ୍ରେସିଂ ଟେବୁଲ୍ ଡ୍ର’ରେ ଥିବା ଆନୁମାନିକ (୩୦) ଭରି ଓଜନର ସୁନାଗହଣା ନେଇ ଚମ୍ପଟ ମାରିଥିଲା।
ଏଥିରେ ହାର ୨ ଟି, ଚେନ୍ ୫ ଟି, କାନଫୁଲ ୧୫ ଯୋଡ଼ା, ହାତମୁଦି ୬ ଟି, ମଙ୍ଗଳସୂତ୍ର ୧ ଟି , ଚୁଡ଼ି ୪ଯୋଡ଼ା ଓ ୨୨ ଗ୍ରାମ୍ ଓଜନର ଗୋଟିଏ ସ୍ଵର୍ଣ୍ଣମୁଦ୍ରା ଓ ପିଲାଙ୍କ ପାଠପଢ଼ା ପାଇଁ ଘରେ ଥିବା ନଗଦ ୮୦ ହଜାର ଟଙ୍କା ଚୋରି କରି ନେଇଯାଇଛି। ବନ୍ଦିତା ଏ ସମ୍ପର୍କିତ ତଥ୍ୟ ସହ ଆଜି ଟମକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିନେଇ ପୁଲିସ ୯୨/୨୨ ରେ ମାମଲା ରୁଜୁ କରିଛି। ଏହାର ତଦନ୍ତ ଚାଲିଥିବା ଟମକା ଥାନା ଭାରପ୍ରାପ୍ତ ଅଧିକାରୀ ସୁକାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/20-22.jpg)
