୩ ଶହ ଲିଟର ମଦ ଜବତ

ବେଗୁନିଆ: ବେଗୁନିଆ ଓ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ସଦର ଥାନା ଅନ୍ତର୍ଗତ ବରପଦା ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ୩ ଶହ ଲିଟର ମଦ ଜବତ କରାଯାଇଛି। କିନ୍ତୁ ମଦ ମାଫିଆମାନେ ଖସି ଯାଇଛନ୍ତି। ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଚଢଉ କରାଯାଇଥିଲା। ବରପଦା ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ବ୍ୟାପକ ଦେଶୀ ଚୋରା ମଦ ପ୍ରସ୍ତୁତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏହି ଚଢାଉ କରାଯାଇଥିଲା। ଆଜି ଚଢ଼ଉ ବେଳେ ୪୨ଶହ କେଜି ପୋଚ ନଷ୍ଟ କରାଯାଇଛି। ଏ ନେଇ ଅବକାରୀ ଥାନାରେ ପୃଥକ ପୃଥକ ୩ଟି ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଛି। ଆଜିର ଚଢଉରେ ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ସାହୁ, ବେଗୁନିଆ ଅବକାରୀ ଥାନା ଓଆଇସି ଏନ୍‌ ଜାଗିନ ରାଓ, ଉପ ନିରୀକ୍ଷକ ରାଜେନ୍ଦ୍ର ଖେସ, ବିରଞ୍ଚି ନାରାୟଣ ରାଉତ, ରନ୍ତାକର ଜାଲି, ଚିନ୍ମୟୀ ସେଠି, ବିକାଶ କୁମାର ରାଉତ, ମନୋଜ ଜୟସିଂହ, ପ୍ରଣବ କୁମାର ବେହେରା, ସନନ୍ଦ କୁମାର କଅଁର ପ୍ରମୁଖ ସାମିଲ ହୋଇଥିଲେ। କିଛିମାସ ତଳେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପୋଚ ସହ ମଦ ଜବତ କରିଥିଲେ। କିନ୍ତୁ ମଦ ମାଫିଆଙ୍କୁ ଗିରଫ କରି ପାରି ନଥିଲେ।

ସମ୍ବନ୍ଧିତ ଖବର