ମାଲକାନଗିରିରେ ମିଶ୍ରଣ ପର୍ବ: ବିଜେଡିରେ ଯୋଗଦେଲେ ୩୦୦ କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଦୁର୍ଗମ କିଆଙ୍ଗ ଠାରେ ବିଜେଡିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା, ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ସାଧାରଣ ସଂପାଦକ ପ୍ରଭାକର ପ୍ରଧାନ, ଗୋପାଳ ପଣ୍ଡା, ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା, ସାଂଗଠାନିକ ସଂପାଦକ ନୃସିଂହ ଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ମିଶ୍ରଣ ପର୍ବରେ ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, କଂଗ୍ରେସର ସଭାନେତ୍ରୀ କମଳା ବରାଳ ସମେତ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ବିଭିନ୍ନ ଦଳର କର୍ମୀ ବିଜେଡିରେ ଯୋଗଦାନ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିଜେଡି ଧିରେ ଧିରେ ବଳିଷ୍ଠ ହେବାକୁ ଲାଗିଛି। ନବରଂଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିି ଶନିବାର ବିଜେଡିରେ ଯୋଗଦାନ କରିବା ପରେ ଜିଲ୍ଲାରୁ ଏକ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିବା କୁହାଯାଇଛି। ଆଗକୁ ଆହୁରି ଅଧିକ ବିଭିନ୍ନ ଦଳର କର୍ମୀ ବିଜେଡିରେ ସାମିଲ ହେବେ ବୋଲି କୁହାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ବିପୁଳ ସଂଖ୍ୟାରେ ଜିତିବ ବୋଲି ଆଶା ପ୍ରକଟ କରିଛି।ତେବେ ଜିଲ୍ଲାର ବିଭିନ୍ନ ବ୍ଲକରେ ଏବେ ବିଜେଡି ତରଫରୁ ମିଶ୍ରଣ ପର୍ବ ଚାଲୁ ରହିଛି।

ସମ୍ବନ୍ଧିତ ଖବର