ଜୟପୁର: ଗତ ସେପ୍ଟମ୍ବର ୨୦ତାରିଖରେ ଜୟପୁରରୁ ବାହାରି ଚାରି ଧାମ (କେଦାରନାଥ, ବଦ୍ରିନାଥ, ୟାମୁନାତ୍ରୀ ଓ ଗାଙ୍ଗୋତ୍ରୀ) ଆଦି ୩ହଜାର କିଲୋମିଟର ସାଇକେଲରେ ବୁଲି ସୋମବାର ସଂଧ୍ୟାରେ ଜୟପୁର ଫେରିଛନ୍ତି ଆକାଶ ପାଲାମ ଓ ଗୌତମ ପାଲାମ। ଉଭୟଙ୍କୁ ଜୟପୁର ମୁଖ୍ୟଛକରେ ଭବ୍ୟ ସମ୍ବର୍ଦ୍ଧନା ସହରର ଯୁବବର୍ଗଙ୍କ ପକ୍ଷରୁ ଦିଆଯାଇଥିଲା।
ସୂଚନାଯୋଗ୍ୟ, ଉଭୟ ଗତ ସେପ୍ଟମ୍ବର ୨୦ତାରିଖରେ ଜୟପୁରରୁ ବାହାରି ୩୩ଦିନ ଯାତ୍ରା କରିଥିଲେ। ଉତ୍ତରାଖଣ୍ଡ ଗତ ଅକ୍ଟୋବର ୯ତାରିଖରେ ଏମାନେ ପହଚିଂଥିବା କହିଛନ୍ତି। ଉଭୟ ଉତ୍ତରାଖଣ୍ଡରେ ଥିବା କେଦାରନାଥ, ବଦ୍ରିନାଥ, ୟାମୁନାତ୍ରୀ ଓ ଗାଙ୍ଗୋତ୍ରୀ ଆଦିର ଦର୍ଶନ କରି ଫେରିଛନ୍ତି। ଏମାନେ ନିର୍ମାଣର ଶେଷ ପର୍ଯ୍ୟାୟରେ ଥିବା ଆଯେଧ୍ୟା ରାମ ମନ୍ଦିରର ବି ଦର୍ଶନ କରି ଫେରିଥିବା କହିଛନ୍ତି। ଆଗାମୀ ଦିନରେ ଉଭୟ ସମଗ୍ର ଭାରତବର୍ଷକୁ ସାଇକେଲରେ ପରିଦର୍ଶନ କରିବେ ବୋଲି କହିଛନ୍ତି। ଏମାନେ ଏହି ୩୩ଦିନ ମଧ୍ୟରେ ଖରା, ଲଘୁଚାପ ବର୍ଷା ସହ ଶୀତରେ ବୁଲି ଆସିଥିବା କହିଛନ୍ତି। ଲକ୍ଷ୍ୟ ରହିଲେ ନିଶ୍ଚିତ ସଫଳତା ମିଳିବ ବୋଲି ଉଭୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/ad341b81-1b48-4c90-9b41-e4540d0cf921.jpeg)