ଭୁବନେଶ୍ବର: ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ମେଧାବୀ ଛାତ୍ରଛାତ୍ରୀଙ୍କୁ ଏଣିକି ଆଉ ଲାପ୍ଟପ୍ ମିଳିବନି। ଲାପ୍ଟପ୍ ବଦଳରେ ୩୦ହଜାର ଟଙ୍କା ଦିଆଯିବ। ଏହି ଅର୍ଥ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ସିଧାସଳଖ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଉକ୍ତ ଟଙ୍କା ଦ୍ବାରା ଛାତ୍ରଛାତ୍ରୀ ନିଜ ମନମୁତାବକ ଲାପ୍ଟପ୍, ଡେସ୍କଟପ୍, ଟାବ୍ଲେଟ୍ କିଣି ପାରିବେ। ଏହାଦ୍ବାରା ସେମାନଙ୍କୁ ଆଉ ନୋଡାଲ୍ ସେଣ୍ଟର୍କୁ ଲାପ୍ଟପ୍ ସଂଗ୍ରହ କରିବାକୁ ପଡ଼ିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷଠାରୁ ଏହି ନୂତନ ଯୋଜନା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତେଣୁ ଏହି ଶିକ୍ଷାବର୍ଷର ମେଧାବୀ ଛାତ୍ରଛାତ୍ରୀଙ୍କ ଏକ ତାଲିକା ଓ ନୂତନ ପଦ୍ଧତି ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ୱେବ୍ସାଇଟ୍ ‘www.dhe.odisha.gov.in’ ରେ ଉପଲବ୍ଧ ହେଉଛି। ଏହାକୁ ଆଧାର କରି ମେଧାବୀ ଛାତ୍ରଛାତ୍ରୀ ଉକ୍ତ ଯୋଜନାର ଲାଭ ନେବା ପାଇଁ ଆସନ୍ତା ୧୮ ତାରିଖ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗକୁ ଆବେଦନ କରିପାରିବେ। ୨୦୧୩ରୁ ଦୀର୍ଘ ୬ବର୍ଷ ଧରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଲାପ୍ଟପ୍ ବଣ୍ଟନ ହେଉଛି।
ଏଣିକି ଯୁକ୍ତ୨ ମେଧାବୀଙ୍କୁ ଲାପ୍ଟପ୍ ବଦଳରେ ଟଙ୍କା, ବ୍ୟାଙ୍କ ଖାତାକୁ ଯିବ ୩୦ ହଜାର
/sambad/media/post_attachments/wp-content/uploads/2020/10/money.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)