ଭୁବନେଶ୍ବର: ରାଜ୍ୟକୁ ଆଜି ଆଉ ୩ଲକ୍ଷ କୋଭିସିଲ୍‌ଡ ଡୋଜ୍ ଆସିଛି। ଏହାସହ ୩୮,୧୩୦ ଡୋଜ୍‌ କୋଭାକ୍ସିନ୍ ମଧ୍ୟ ପହଞ୍ଚିଛି। ରାଜ୍ୟ ନିକଟରେ ଏବେ ୭ଲକ୍ଷ ୬୮ହଜାର କୋଭିସିଲ୍‌ଡ ଓ ୧ଲକ୍ଷ ୧୮ହଜାରରୁ ଅଧିକ କୋଭାକ୍ସିନ୍ ଟିକା ମହଜୁଦ ରହିଛି। ଆସନ୍ତାକାଲି ରାଜ୍ୟରେ ୭୫୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ମାତ୍ର ବାଲେଶ୍ବର, କୋରାପୁଟ, ପୁରୀ ଓ ସୋନପୁରରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ୧୨୫୦ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

Advertisment

ଏଥିରେ ୨ଲକ୍ଷ ୧୮ହଜାର ୫୩୮ ଜଣଙ୍କୁ କରୋନା ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୪୬ଲକ୍ଷ ୪୨ହଜାର ୯୪୪ ଡୋଜ୍ ଟିକା ଦିଆଗଲାଣି। ଚଳିତମାସ ୧୬ତାରିଖରୁ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ୭୩୮୨ ଗର୍ଭବତୀ ଟିକା ନେଇଛନ୍ତି। ଆଜି ୨୫୬୬ ଗର୍ଭବତୀ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।