ରାଜ୍ୟର ଆଉ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ନିକଟବର୍ତ୍ତୀ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୩୦୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୯୯୩୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୩୦୩୪ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୟୁରଭଞ୍ଜରେ ୨୪୨ ଜଣ,ବରଗଡ଼ରେ ୧୬୮ ଜଣ, ଗଞ୍ଜାମରେ ୧୫୪ ଜଣ, କଟକରେ ୧୫୦ ଜଣ, ରାୟଗଡ଼ାରେ ୧୩୯ ଜଣ, ବାଲେଶ୍ୱର ଓ ସୁନ୍ଦରଗଡ଼ରେ ୯୭ ଜଣ ଲେଖାଏଁ, କେନ୍ଦୁଝରରୁ ୯୫, ସମ୍ବଲପୁରରୁ ୮୩ ଓ କେନ୍ଦ୍ରାପଡ଼ାରୁ ୮୦, ଯାଜପୁର ଓ କୋରାପୁଟରୁ ୭୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ଝାରସୁଗୁଡ଼ାରୁ ୭୦, ମାଲକାନଗିରିରୁ ୬୮, ପୁରୀରୁ ୫୮, ଜଗତସିଂହପୁରରୁ ୫୭, ଢେଙ୍କାନାଳରୁ ୫୬, ଅନୁଗୁଳରୁ ୪୯, ବଲାଙ୍ଗୀରରୁ ୪୬, ଭଦ୍ରକରୁ ୪୨,କନ୍ଧମାଳରୁ ଓ ସେନପୁରରୁ ୪୦ ଲେଖାଏଁ, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୩୧,ଗଜପତିରୁ ୨୬, କଳାହାଣ୍ଡିରୁ ୨୩, ବୌଦ୍ଧରୁ ୨୧, ନୂଆପଡ଼ାରୁ ୧୨ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର