ଭୁବନେଶ୍ୱର: ଅନ୍ତର୍ଜାତୀୟ ନର୍ସ ଦିବସରେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ରାଜ୍ୟର ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତେ ଯାଜପୁର ଜିଲ୍ଲାର ବୋଲି ଜଣାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।
Sambad is now on WhatsApp
Join and get latest news updates delivered to you via WhatsApp
31 Covid positive cases have recovered and are being discharged. All belong to Jajpur district.
The number of recovered cases now stands at 116.
— H & FW Dept Odisha (@HFWOdisha) May 12, 2020
ଯାଜପୁର ଜିଲ୍ଲାରେ ଏଯାଏଁ ମୋଟ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ରାତି ୧୨ଟା ସୁଦ୍ଧା ୬୮ ହଜାର ୫୭ଟି ନମୁନା ପରୀକ୍ଷା ହୋଇଛି । ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୩୧୮ ଜଣ ଚିକିତ୍ସାଧୀନ ଅଛନ୍ତି । ତିନି ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।