ଦଲାଲ ସାବାଡ୍‌ ଅଭିଯାନ; ବନ୍ଧାହେଲେ ଆଉ ୩୧

କଟକ : ରାଜ୍ୟବ୍ୟାପୀ ବିଭିନ୍ନ ଡାକ୍ତରଖାନା, ଆର‌୍‌ଟିଓ, ରକ୍ତ ଭଣ୍ତାରଗୁଡ଼ିକରୁ ଦଲାଲ୍‌ ଧରା ଅଭିଯାନ ଚାଲୁ ରହିଛି। ଏହି କ୍ରମରେ ଆଜି ୩୧ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଆର‌୍‌ଟିଓ କାର୍ଯ୍ୟାଳୟ ପରିସରରୁ ସର୍ବାଧିକ ୨୨ଜଣଙ୍କୁ ଗିରଫ କରାଯାଇଛି। ଯାଜପୁର ଆର‌୍‌ଟିଓ କାର୍ଯ୍ୟାଳୟରୁ ସର୍ବାଧିକ ୯ଜଣଙ୍କୁ ପୁଲିସ୍‌ ଗିରଫ କରିଥିବାବେଳେ କନ୍ଧମାଳରୁ ୪, ଖୋର୍ଧାରୁ ୩, କୋରାପୁଟରୁ ୨, ଝାରସୁଗୁଡ଼ାରୁ ୨, ଜଗତସି˚ହପୁର ଓ ପୁରୀରୁ ଜଣେ ଲେଖାଏଁ ଦଲାଲ୍‌ଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ହସ୍‌ପିଟାଲ୍‌ ଧରାହେଇଥିବା ଦଲାଲଙ୍କ ମଧ୍ୟରୁ କଳାହାଣ୍ତିରୁ ୩, ଭୁବନେଶ୍ବରରୁ ୩, ଭଦ୍ରକରୁ ୨ ଓ ଖୋର୍ଧାରୁ ଜଣେ ଦଲାଲଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନର୍ସି˚ ହୋମ୍‌ ମାଲିକ, ରୋଗ ନିରୁପଣ କେନ୍ଦ୍ର, ସ୍ବାସ୍ଥ୍ୟ ଅଧିକାରୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପରିବହନ ଅଧିକାରୀଙ୍କ ସହ ସ˚ପର୍କ ଅଛି କି ନାହିଁ ତାହାର ତଦନ୍ତ କରାଯିବ ବୋଲି ପୁଲିସ୍‌ ଡିଜି କହିଛନ୍ତି।

ସମ୍ବନ୍ଧିତ ଖବର