ପାଇକମାଳ: ଟ୍ବିଟର ଗାର୍ଲ ତଥା ସ୍ବେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମରେ ତେଲେଙ୍ଗାନାରୁ ୩୧ ପ୍ରବାସୀ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସେମାନେ ଟ୍ରେନ୍ରେ ଓଡ଼ିଶାକୁ ଫେରୁଥିବା ଜଣାପଡ଼ିଛି। ସୂଚନାନୁସାରେ ବରଗଡ଼ ଜିଲ୍ଲା ପାଇକମାଳ ଓ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଶ୍ରମିକମାନେ ତେଲେଙ୍ଗାନାର ନାରାୟଣପେଟ୍ ଅଞ୍ଚଳରେ ଥିବା ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ ଇଟାଭାଟି ମାଲିକ ଅକଥନୀୟ ଅତ୍ୟାଚାର କରିବାରୁ ସେମାନେ ଜଣେ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଟ୍ବିଟର୍ ଗାର୍ଲ ଦୀପା ବାରିକଙ୍କ ଯୋଗାଯୋଗ କରିଥିଲେ।
ଦୀପା ସେମାନଙ୍କୁ ଉଦ୍ଧାର କରିବା ପାଇଁ ତେଲେଙ୍ଗାନା ପୁଲିସକୁ ଯୋଗାଯୋଗ କରିଥିଲେ। ତେଲେଙ୍ଗାନା ପୁଲିସ ନାରାୟଣପେଟ୍ ପୁଲିସକୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରବିବାର ସ୍ଥାନୀୟ ପୁଲିସ ଓ ଶ୍ରମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩୧ ଜଣଙ୍କୁ ଉଦ୍ଧାର କରି ଟ୍ରେନ୍ରେ ନିଜ ଘରକୁ ପଠାଇଥିବା ଜଣାପଡ଼ିଛି। ଦୀପାଙ୍କ ଏହି ପ୍ରୟାସକୁ ଶ୍ରମିକମାନେ ତଥା ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।