ଜୟପୁର: ‘ସମ୍ବାଦ’ର ସଂପାଦକଙ୍କ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୨ତମ ଜନ୍ମଦିନ ଅବସରରେ ଆୟୋଜିତ ଯୁବ ସ୍ବାଭିମାନ ଦିବସରେ  ‘ସମ୍ବାଦ’-ଆ‌ମଓଡିଶା’ ପକ୍ଷରୁ ରଣ୍ଡାପାଲ୍ଲୀସ୍ଥିତ ଜୟପୁର କଲେଜ ଅଫ ଫାର୍ମସୀ ୟୁଥରେଡକ୍ରସର ସହଯୋଗରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୩୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଜୟପୁର ବ୍ଲକର ରଣ୍ଡାପାଲ୍ଲୀସ୍ଥିତ ଜୟପୁର କଲେଜ ଅଫ ଫାର୍ମସୀର ପରିସରରେ ଆୟୋଜିତ ଶିବିରରେ କଲେଜର ଅଧ୍ୟକ୍ଷ ଡ.ପୃଥ୍ବୀରାଜ ମହାପାତ୍ର, ଉପ- ଅଧ୍ୟକ୍ଷ ଡ.ସଂଗ୍ରାମ କେଶରୀ ପଣ୍ଡା,  ରକ୍ତଭଣ୍ଡାର ଅଧିକାରୀ ଅକ୍ଷୟ କୁମାର ସାହୁ, ଉପଦେଷ୍ଟା ସୁଜିତ କୁମାର ମାର୍ଥା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Advertisment

ଶିବିରରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପିକା ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କିଛି ଛାତ୍ରୀଙ୍କର ଓଜନ କମ୍ଓ ବିବିଧ ସମସ୍ୟା ପାଇଁ ରକ୍ତଦାନ କରିପାରିନଥିଲେ। ତେବେ ଏହି ଛାତ୍ରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଆସିଥିଲେ। ସତ୍ୟଜିତ ମହାପାତ୍ର ଓ ତନିଶା ପାଜିଂଆ ପ୍ରଥମେ ରକ୍ତଦାନ କରିବା ପରେ ଶିବିର ଆରମ୍ଭ ହୋଇଥିଲା। କଲେଜର ଅଧ୍ୟକ୍ଷ ଡ.ପୃଥ୍ବୀରାଜ ମହାପାତ୍ର, ଲ୍ୟାବ ଆଟେଣ୍ଡାଣ୍ଟ ଶୁଭଶ୍ରୀ ସାହୁ, ଲାଇବ୍ରିଆନ୍ ବିଘ୍ନେଶ ମହାନ୍ତି ରକ୍ତଦାନ କରି ଛାତ୍ରଛାତ୍ରୀଙ୍କୁ ପ୍ରତ୍ସାହିତ କରିଥିଲେ।    ବହୁ ଛାତ୍ରଛାତ୍ରୀ ପ୍ରଥମ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।  ଆମଓଡିଶା ଓ ସମ୍ବାଦର ମାନପତ୍ର,ରେଡକ୍ରସର ମାନପତ୍ର, ପରିଚୟ ପ୍ରତ୍ର ରକ୍ତଦାତାଙ୍କୁ ଦିଆଯାଇଥିଲା। ରକ୍ତଭଣ୍ଡାର ବରିଷ୍ଠ ଟେକ୍ନିସିଆନ୍ ବୁଲୁ ଗୌଡ,  ଅଭୟ ଚରଣ ପଣ୍ଡା,ପ୍ରତିଭା ପାତ୍ର, ରକ୍ତସଂଗ୍ରହ କରିଥିଲେ। ସମ୍ବାଦର ଜୟପୁର ନଗର ପ୍ରତିନିଧି ସୁରେଶ କୁମାର ନାଇଡ଼ୁ , ଜୟପୁର କଲେଜ ଅଫ ଫାର୍ମସୀର ବରିଷ୍ଠ ସହାୟକ ସପନ କୁମାର ରଥ , ଆଇକ୍ବୁଏସି ମୁଖ୍ୟ ମାନସୀ ଖାଡଙ୍ଗା, ଅଶ୍ବିନୀ କୁମାର ସେଠୀ, ଶାସ୍ବତ କୁମାର ରଥ , ପ୍ରମୁଖ ଶିବିରକୁ ପରିଚାଳନା କରିଥିବା ବେଳେ  ଅଧ୍ୟାପିକା ମାଜମା ବେଗମ, ଅଲୋକ ମହାପାତ୍ର, ରଂଜିତ କୁମାର ଶତପଥୀ, ୟୁଥ ରେଡକ୍ରସର ସ୍ବେଚ୍ଚାସେବୀ ଦିନେଶ କୁମାର ପେଣ୍ଟା, ଦିନେଶ ପରିଚ୍ଛା, ଅଙ୍କିତ କୁମାର ପାଢ଼ି, ଅମିତାଂଶ ସାହୁ, ଦ୍ବିତୀକୃଷ୍ଣ, ପଙ୍କଜ କୁମାର ଗୋଲରୀ ପ୍ରମୁଖ ସହଯୋଗ କରିଥିଲେ।

ରକ୍ତଦାତା ଜୀବନଦାତା: ସତ୍ୟଜିତ ମହାପାତ୍ର,‌ତନିଷା ପାଂଜିଆ, ସତ୍ୟଜିତ ମଣ୍ଡଳ, ଅମୃତାଂଶୁ ସାହୁ, ସୂର୍ଯ୍ୟମଣି ବିଷୋଇ, ସୁବ୍ରତ ନାୟକ, ଆଶିଷ ଅଭିନାଶ ନାୟକ, ପୃଥ୍ବୀରାଜ ମହାପାତ୍ର, ଦ୍ବିତୀକୃଷ୍ଣ ସାହୁ, ଅଙ୍କିତ ଯାଦବ, ଦର୍ଶନ ପ୍ରସାଦ ପାଟଯୋଶୀ, ବିଘ୍ନେଶ ମହାନ୍ତି, ଦୋଳାମଣି, ଅଶୁତୋଷ ପ୍ରଧାନ, ରାହୁଳ କୁମାର ସିଂ , ଟି.ଆଦିତ୍ୟ କୁମାର, ଅଭିଷେକ ରାୟ, ମାନସ ମହାନ୍ତି, ହେମନ୍ତ ଯୋଶୀ, ପ୍ରୀତେଶ କୁମାର ବିଶ୍ବାଳ, ଶୁଭାଶିଷ ମହାପାତ୍ର, ସୁବାସ ଚନ୍ଦ୍ର ମାଳି, ସୁମିତ କୁମାର ମଙ୍ଗରାଜ, ସୂର୍ଯ୍ୟାଶୁ ଦାଶ, ପ୍ରାଂଜଳ ରଣା, ନମ୍ରତା ,  ପ୍ରତୀକ କୁଅଁର, ମୋନିକା ମୁଣ୍ଡ, ତପସ୍ବିନୀ ମିଶ୍ର, ପି.କ୍ରୀଷ୍ଣା ପ୍ରିୟା, ଶୁଭଶ୍ରୀ ସାହୁ ।