ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ବିଭିନ୍ନ ଧାନ ମଣ୍ତିରେ ଶନିବାର ସନ୍ଧ୍ୟାରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ବେଆଇନ ଭାବେ ବିକ୍ରି ପାଇଁ ରଖାଯାଇ ଥିବା ୨ଟି ମଣ୍ଡିରୁ ୩୧୦ ବସ୍ତା ଧାନ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗ ସିଂଗଝର ଓ ଗମ୍ଭାରୀଗୁଡ଼ା ମଣ୍ତିରେ ଚଢ଼ଉ କରିଥିଲା। ସିଂଗଝର ମଣ୍ତିରୁ ୧୩୨ ବସ୍ତା ଧାନ ଜବତ ହୋଇଛି। ସେଥିରୁ ୧୨୦ ବସ୍ତା ଧାନ ପଲସାପଡ଼ା ଗ୍ରାମର ଧବଳେଶ୍ବର ସା ଙ୍କର ବୋଲି ଜଣାପଡ଼ିଛି। ସେ କୌଣସି କାଗଜ ପତ୍ର ଦାଖଲ କରିପାରି ନଥିବାରୁ ତାଙ୍କ ଧାନ ଜବତ ହୋଇଛି।
ଅନ୍ୟ ୧୨ ବସ୍ତା ଜବତ ଧାନର ମାଲିକଙ୍କ ବିଷୟରେ ସୂଚନା ମିଳିନାହିଁ।
ସେହିପରି ଗମ୍ଭାରୀଗୁଡ଼ା ମଣ୍ତିରେ ୧୭୮ ବସ୍ତା ଧାନ ଜବତ କରାଯାଇଥିଲେ ମଧ୍ୟ ଏହାର ମାଲିକ କିଏ ଜଣାପଡ଼ି ନାହିଁ। କିଛି ଦିନ ହେଲା ସଂଗଝର ସମେତ କେତେକ ଧାନ ମଣ୍ତିରେ ନକଲି ଚାଷୀଙ୍କ ଧାନ ବିକ୍ରି ନେଇ ଅଭିଯୋଗ ହୋଇଥିଲା। ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଚଢ଼ଉ ହୋଇଥିଲା। ତଦନ୍ତକାରୀ ଅଧିକାରୀ ଶ୍ରୀ ସେଠୀଙ୍କୁ ପଚାରିବାରୁ, ପ୍ରଥମେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ତାଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/15-25.jpg)