ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି। ଭୁବନେଶ୍ୱରରୁ ଆଜି ମୋଟ୍ ୩୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୫୮ ଜଣ ସଂଗରୋଧ ଓ ୨୫୪ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/bbsr-844x1024.jpg)
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୨ ହଜାର ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୮ ହଜାର ୯୧୪ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୧୫ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି।
ସଂଗରୋଧରୁ ଚିହ୍ନଟ ୫୮ ଜଣ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ଚନ୍ଦ୍ରଶେଖରପୁରରୁ ୫ ଜଣ, ପଟିଆରୁ ୪ ଜଣ, ବଡ଼ଗଡ଼, ୟୁନିଟ-୬, ୟୁନିଟ-୮, ଖାରବେଳ ନଗର, ସହିଦ ନଗର, ଟଙ୍କପାଣି ରୋଡରୁ ୨ ଜଣ ଲେଖାଏଁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/bbsr1-694x1024.jpg)
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ପଟିଆରୁ ସର୍ବାଧିକ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୧୩ ଜଣ, ଝାରପଡ଼ାରୁ ୧୦ ଜଣ, ଚନ୍ଦ୍ରଶେଖରପୁରରୁ ୯ ଜଣ ୟୁନିଟ-୬, ୟୁନିଟ-୮ରୁ ୮ ଜଣ ଲେଖାଏଁ, ବାପୁଜୀ ନଗର, ଶୈଳଶ୍ରୀ ବିହାରରୁ ୭-୭ ଜଣ, ସହିଦ ନଗରରୁ ୬ ଜଣ, ଅଶୋକ ନଗର, ଭୀମଟାଙ୍ଗୀ, ରସୁଲଗଡ଼, ନିଳାଦ୍ରୀ ବିହାର, ସୁନ୍ଦରପଦା, ୟୁନିଟ-୪ରୁ ୫-୫ ଜଣ
କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/312-found-in-bbsr02_Thumb.jpg)