କେନ୍ଦୁଝର: ବାଂଶପାଳ ବ୍ଲକରେ ବଜ୍ରାଘାତ ଘଟି ବିଭିନ୍ନ ସ୍ଥାନରେ ଗୋରୁ ଓ ମେଣ୍ଢା ମୁତ୍ୟୁ ବରଣ କରିଛନ୍ତି। ଆଜି ଦିନ ବେଳା କାଦକଳା ଗ୍ରାମରେ ଆନନ୍ଦ ଦେହୁରୀ ଜଂଗଲରେ ଗାଈ ଚରାଉଥିବା ବେଳେ ଝିପି ଝିପି ବର୍ଷା ହୋଇଥିଲା। ଏହି ସମୟରେ ଗୋରୁପଲ ଏକ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ। ହଠାତ ବଜ୍ରପାତ ହୋଇଥିଲା। କାଦକଳା ଗ୍ରାମରେ ବଜ୍ରପାତରେ ୩୦ ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଥିବା ବେଳେ ଭାଲିଆଡାଳ ଗ୍ରାମରେ ମଧ୍ୟ ୨ଟି ଗୋରୁ ପ୍ରାଣ ହରାଇଛନ୍ତି। କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ଟି, ଚେମଣା ବେହେରାଙ୍କ ୫ଟି, କୀର୍ତ୍ତନ ବେହେରାଙ୍କ ୫ଟି. ନିତ୍ୟାନନ୍ଦ ବେହେରାଙ୍କ ୫ଟି ଗାଈ, ବଳଦ ଓ ଛୋଟ ବାଛୁରୀ, ବାଡ଼ିଆ ବେହେରାଙ୍କ ୧୮ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି ମେଣ୍ଢା ପ୍ରାଣ ହରାଇଥିବା ବେଳେ ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ଟି ଗୋରୁ ଘର ନିକଟରେ ଚରୁଥିବା ସମୟରେ ହଠାତ ବଜ୍ରାପାତ ଘଟି ପ୍ରାଣ ହରାଇଛନ୍ତି।
ତେବେ ଗୋରୁ ଚରାଳି ଆନନ୍ଦ ଦେହୁରୀ ଦୌଡ଼ି ପଳାଇ ବାରୁ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏତେ ସଂଖ୍ୟାରେ ଗୋରୁ ପ୍ରାଣ ହରାଇଥିବାରୁ ଚାଷୀ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଖବର ପାଇ ବାଂଶପାଳ ତହସିଲଦାର ସପନ କୁମାର ସାହୁ ପଂହଁଚି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୁଝା ସୁଝା କରିବା ସହିତ ଘଟଣାର ଅନୁଧ୍ୟାନ କରୁଛନ୍ତି। ପ୍ରାଣୀ ଚିକିତ୍ସା ଅଧିକାରୀ ପଂହଁଚିବା ପରେ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି। ତେବେ ଅସହାୟ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/istockphoto-1182015674-170667a.jpg)