ଭୁବନେଶ୍ବର : ରାଜ୍ୟ ସରକାର ଗତ ୧୦ବର୍ଷ ମଧ୍ୟରେ ମୋଟ୍ ୩୨ଟି ଜଳସେଚନ ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆେୟାଗ (ସିଡବ୍ଲ୍ୟୁସି)କୁ ପଠାଇଛନ୍ତି ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।
ସିଡବ୍ଲ୍ୟୁସିକୁ ରାଜ୍ୟ ସରକାର ୧୦ବର୍ଷରେ କେତୋଟି ପ୍ରକଳ୍ପ ପଠାଇଛନ୍ତି, ତା’ର ସ୍ଥିତି ନେଇ ବିଧାୟକ ଭୁପିନ୍ଦର ସିଂହ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ୧୦ବର୍ଷରେ ୨୧ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ଡିପିଆର୍ ଏବଂ ୧୧ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ସିଡବ୍ଲ୍ୟୁସିକୁ ପଠାଯାଇଛି। ଏଥିରୁ ୧୩ଟି ପ୍ରକଳ୍ପର ଡିପିଆର୍ ଏବଂ ୪ଟି ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ସିଡବ୍ଲ୍ୟୁସି ଦ୍ବାରା ଗ୍ରହଣୀୟ ହୋଇଛି।
ତୁରୀ-ଗୁତାନ୍ତ ବ୍ୟାରେଜ୍, ଅହିରାଯୋର ବ୍ୟାରେଜ୍, ମାଙ୍କଡ଼ା ଡ୍ୟାମ୍, ଲୋୟର ନାଗାବଳୀ ଡ୍ୟାମ୍, ଚମ୍ପାଲିଯୋର ଡ୍ୟାମ୍, ଜୀରା ଡ୍ୟାମ୍, ରନଯୋର ଡ୍ୟାମ୍, ହିଡିସିଙ୍ଗ ଡ୍ୟାମ୍, କୁଟୁଳିଶିଙ୍ଘା ଡ୍ୟାମ୍, େକାରାପାଣି ଡ୍ୟାମ୍, ସାନ୍ଦୁଲ ବ୍ୟାରେଜ୍, ସୋନା ବ୍ୟାରେଜ୍, ବାଙ୍କତିରା ଡ୍ୟାମ୍ର ଡିପିଆର୍ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ଟିଏସି କ୍ଲିଅରାନ୍ସ ସକାଶେ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଆନୁସଙ୍ଗିକ ଅନୁମୋଦନ ଯଥା ଜଙ୍ଗଲ, ପରିବେଶ, ଆର୍ଆଣ୍ଡ୍ଆର୍ କ୍ଲିଅରାନ୍ସ ଇତ୍ୟାଦି ପାଇଁ କାର୍ଯ୍ୟ ଚାଲିଛି।
ସେହିପରି ଅପର ଉଦନ୍ତୀ ବ୍ୟାରେଜ୍, ମିଡିଲ କୋଲାବ ଡ୍ୟାମ, ଖଇରିବନ୍ଧନ ବ୍ୟାରେଜ୍, ଅପର ବଂଶଧାରା ଡ୍ୟାମ୍, ଲୋୟର ବଂଶଧାରା ଡ୍ୟାମ୍, ତେଲ-ଇଣ୍ଟିଗ୍ରେଟେଡ୍ ଡ୍ୟାମ୍, ଲକ୍ଷ୍ମୀପଥର ଡ୍ୟାମ୍, ନବରଙ୍ଗପୁର ଡ୍ୟାମ୍ର ଡିପିଆର୍ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ପଠାଯାଇଛି।
ଏହାବାଦ୍ ବ୍ରାହ୍ମଣୀପଦର ଡ୍ୟାମ୍, ଉତ୍ତେଇ-ରାଉଳ ଡ୍ୟାମ୍, କାଟ୍ରା ବ୍ୟାରେଜ୍, ହିଞ୍ଜିଳି ଡ୍ୟାମ୍ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ବାରା ଗ୍ରହଣୀୟ ହୋଇଛି ଏବଂ ଡିପିଆର୍ ପ୍ରସ୍ତୁତି ପାଇଁ କାର୍ଯ୍ୟ ଚାଲିଛି। ଅପରସମାକୋଇ ଡ୍ୟାମ୍, ଚନ୍ଦ୍ରିନାଳ ଡ୍ୟାମ୍, କଟାଙ୍ଗୀ ଡ୍ୟାମ୍, ତେଲିଯୋର ଡ୍ୟାମ୍, ଖଡାଗୋ ବ୍ୟାରେଜ୍, ଲୋୟର ଉଦନ୍ତୀ ବ୍ୟାରେଜ୍, ସତିଘାଟ ବ୍ୟାରେଜ୍ର ଫିଜିବିଲିଟି ରିପୋର୍ଟ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ପଠାଯାଇଛି।