ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଓ୍ୱାଡା ପୁଲିସ ନିକଟରେ ୩୨ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଓ୍ୱାଡା ପୁଲିସ ନିକଟରେ ୩୨ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦନ୍ତେଵାଡା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କମଳଲୋଚନ କଶ୍ୟପଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ନକ୍ସଲଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାଯାଇଛି । ଦୀର୍ଘ ଦିନ ଧରି ଏହି ନକ୍ସଲମାନେ ସଂଗଠନରେ ରହି ସରକାରଙ୍କର ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଦେଉନଥିଲେ।

ତେବେ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାର୍ଯ୍ୟ କରାଯାଉନଥିବାରୁ ସଂଗଠନ ଛାଡିଥିବା ଏମାନେ କହିଛନ୍ତି। ପ୍ରଶାସନ ତରଫରୁ ଆତ୍ମନିର୍ଭରଶୀଳ ନୀତିକୁ ଆପଣେଇ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି। ଆଗକୁ ପ୍ରଶାସନକୁ ସହଯୋଗ କରିବା ସହ ନକ୍ସଲ ବିରୋଧରେ ସ୍ବରଉତ୍ତୋଳନ କରିବେ ବୋଲି କହିଛନ୍ତି। ପ୍ରଶାସନ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏତେ ସଂଖ୍ୟକ ନକ୍ସଲଙ୍କର ଆତ୍ମସମର୍ପଣ ପୁଲିସର ମନୋବଳକୁ ଅଧିକ ସୁଦୃଢ କରିଛି ।

ସମ୍ବନ୍ଧିତ ଖବର