ଆଜି ରାଜଧାନୀରୁ ପୁଣି ନୂଆ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ଆଜି ରାଜଧାନୀରୁ ପୁଣି ନୂଆ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୪ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୮ଟି ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ ଏଯାବତ ୫୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୨ଜଣ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ପ୍ରତିଦିନ ରାଜଧାନୀରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ନେଇ ଭୁବନେଶ୍ବରବାସୀଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି।

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୪ଜଣଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ପରିଚାଳିତ ଡାକ୍ତରଖାନାର ଯଥାକ୍ରମେ ୩୬ବର୍ଷର ଓ ୪୭ବର୍ଷର ପୁରୁଷ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ କଳିଙ୍ଗନଗରସ୍ଥିତ ସମ୍‌ ହସ୍‌ପିଟାଲ ଅଞ୍ଚଳରୁ ତିନିଜଣ (୪୮, ୨୬ ଓ ୩୮ବର୍ଷ), ବାପୁଜୀନଗର ଶିଶୁଭବନ ଛକ ଅଞ୍ଚଳରୁ ୩୦ବର୍ଷର ଜଣେ ପୁରୁଷ, ରସୁଲଗଡ଼ ଶବର ସାହି ଅଞ୍ଚଳରୁ  ୩୧ବର୍ଷୀୟା ଜଣେ ମହିଳା, ସଙ୍ଗରୋଧ କେନ୍ଦ୍ରରୁ ୫୨ବର୍ଷର ପୁରୁଷ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି।

ଏଥିସହିତ ପାତ୍ରପଡ଼ା ଉଦୟଗିରି ବିହାର ଅଞ୍ଚଳରୁ ୩୨ବର୍ଷୀୟ ଜଣେ ପୁରୁଷ, ସଙ୍ଗରୋଧ କେନ୍ଦ୍ରରୁ ଜଣେ ୧୫ବର୍ଷୀୟା ବାଳିକା, ଡୁମଡୁମା ଫେଜ-୪ ଅଞ୍ଚଳରୁ ଜଣେ ୩୧ବର୍ଷୀୟ ପୁରୁଷ, ୟୁନିଟ-୨ ଅଞ୍ଚଳର ଜଣେ ୨୭ବର୍ଷୀୟ ପୁରୁଷ, ମଞ୍ଚେଶ୍ୱର ଅଞ୍ଚଳରୁ ଜଣେ ୨୯ବର୍ଷୀୟ ଆରପିଏଫ କର୍ମଚାରୀ, ବାପୁଜୀ ନଗର ସିଟି ପ୍ୟାଲେସ୍‌ ହୋଟେଲ ଅଞ୍ଚଳରୁ ଜଣେ ୩୯ବର୍ଷୀୟ ପୁରୁଷଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି।

ଏଥିସହିତ ୧୮ଟି ସ୍ଥାନୀୟ ମାମଲା ମଧ୍ୟରେ ନୟାପଲ୍ଲୀ ଆଇଆରସି ଭିଲେଜର ଜଣେ ୬୦ବର୍ଷୀୟ ପୁରୁଷ, ନୟାପଲ୍ଲୀ ବ୍ରିଟ୍ କଲୋନିରୁ ଜଣେ ୫୨ବର୍ଷର ପୁରୁଷ, ଭୀମଟାଙ୍ଗୀ ପିପୁଲ ବସ୍ତି ଅଞ୍ଚଳରୁ ଜଣେ ୧୯ବର୍ଷର ମହିଳା, ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ଅଞ୍ଚଳରୁ ଜଣେ ୨୩ବର୍ଷର ପୁରୁଷ, କେନ୍ଦ୍ର ସରକାରଙ୍କ ପରିଚାଳିତ ହସ୍‌ପିଟାଲରୁ ୪୭ବର୍ଷର ପୁରୁଷ, ୟୁନିଟ-୨ ମାର୍କେଟ ବିଲଡିଂ ଅଞ୍ଚଳରୁ ଜଣେ ୬୬ବର୍ଷୀୟ ଓ ୨୧ବର୍ଷୀୟ ମହିଳା, ବରମୁଣ୍ଡା ମହିମା ମିଶ୍ର ଲେନ୍‌ ଅଞ୍ଚଳରୁ ଜଣେ ୩୯ବର୍ଷର ପୁରୁଷ, ଗଙ୍ଗାନଗର ଅଞ୍ଚଳରୁ ଜଣେ ୩୫ବର୍ଷର ପୁରୁଷ, ନୟାପଲ୍ଲୀ ନୂଆସାହି ଅଞ୍ଚଳରୁ ଜଣେ ୭୯ବର୍ଷର ପୁରୁଷ, ନୂଆଗାଁ ପେଟ୍ରୋଲ ପମ୍ପ ଅଞ୍ଚଳରୁ ଗୋଟିଏ ପରିବାରରୁ ୩ଜଣ, ବାପୁଜୀନଗର ଶିଶୁଭବନ ଛକ ଅଞ୍ଚଳରୁ ଜଣେ ୩୦ବର୍ଷର ମହିଳା, ଜୟଦେବ ବିହାର ସାଲିଆ ସାହିରୁ ଜଣେ ୪୮ବର୍ଷର ପୁରୁଷ, ନଖରା ବାଲିଅନ୍ତା ଅଞ୍ଚଳରୁ ଜଣେ ୩୨ବର୍ଷର ମହିଳା,ରସୁଲଗଡ଼ ଅଞ୍ଚଳରୁ ଜଣେ ୨୪ବର୍ଷର ପୁରୁଷ ଓ ଶାମପୁର ଅଞ୍ଚଳରୁ ଜଣେ ୪୮ବର୍ଷର ପୁରଷ କରୋନାରେ ଆକ୍ରାନ୍ତ ଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଏହାରି ଭିତରେ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜଧାନୀର ଭୀମଟାଙ୍ଗୀ ଅଞ୍ଚଳରୁ ୩୭ବର୍ଷର ଜଣେ ପୁରୁଷ, ସାଲିଆ ସାହି ଶ୍ରୀରାମ ନଗର ଅଞ୍ଚଳରୁ ଜଣେ ୩୫ବର୍ଷର ମହିଳା, ଡୁମଡୁମା ରଘୁନାଥ ନଗର ବସ୍ତି ଅଞ୍ଚଳରୁ ୩ଜଣ, ଜୟଦେବ ବିହାର ନୀଳଚକ୍ର ନଗର ଅଞ୍ଚଳରୁ ଜଣେ ୧୮ବର୍ଷର ବାଳକ, ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ ୫୩ବର୍ଷର ପୁରୁଷ ଓ ୟୁନିଟ-୨ ଅଞ୍ଚଳରୁ ଜଣେ ୩୦ବର୍ଷର ପୁରୁଷ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର