ଖଡ଼ିଆଳ ଆଶ୍ରମର ୩୨ ଛାତ୍ରଛାତ୍ରୀଙ୍କୁ କରୋନା, ଅଞ୍ଚଳରେ ଭୟର ବତାବରଣ

ନୂଆପଡା: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ବ୍ୟାପି ଚାଲିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭବିଷ୍ୟତରେ ଏହି ରୋଗ କମ ବୟସର ଶିଶୁମାନଙ୍କୁ ମଧ୍ୟ ସଂକ୍ରମିତ କରିବ ବୋଲି କହିଛି । ତାର ପ୍ରତିଫଳନ ଦେଖା ଦେଇଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଦୁଇଟି ଆଶ୍ରମ ବିଦ୍ୟାଳୟରେ । ଏଠାରେ ୩୨ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ପଞ୍ଚାୟତ ମିଶନ ଠାରେ ଥିବା କାରୁଣ୍ୟ ବାଳ ନିକେତନର ୨୨ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ବୟସ ୭ ରୁ ୧୮ ବର୍ଷ। ସେହିପରି ନବପ୍ରଭାତ ଆଶ୍ରମ ବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ବୟସ ୫ ରୁ ୧୧ ବର୍ଷ ବୋଲି ବିଭାଗ ପକ୍ଷରୁ ପ୍ରକାଶ । ଛାତ୍ରଛାତ୍ରୀମାନେ କରୋନା ଆକ୍ରାନ୍ତ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଛାତ୍ରଛାତ୍ରୀମାନଙ୍କୁ ଆଶ୍ରମର ସ୍ୱତନ୍ତ୍ର କୋଠରୀ ମଧ୍ୟରେ ରଖି ଚିକିତ୍ସା କରାଯାଉ ଥିବା ଡାକ୍ତର ଅର୍ଣ୍ଣଦା ଶଙ୍କର ଦାଶ ପ୍ରକାଶ କରିଛନ୍ତି ।

ଏନେଇ ନୂଆପଡା ଜିଲ୍ଲାପାଳ ସ୍ୱଧା ଦେଵ ସିଂଙ୍କୁ ପଚାରିବାରୁ ଛାତ୍ରଛାତ୍ରୀମାନେ ଆକ୍ରାନ୍ତ ଅଛନ୍ତି  ଏବଂ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି । ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବେନ୍ଦ୍ର ରାଉତ ପଚାରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସେ ଫୋନ ଉଠାଇ ନଥିଲେ । ଫଳରେ ଦୁଇଟି ଆଶ୍ରମରେ କେତେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ତାର ତଥ୍ୟ ମିଳିପାରି ନଥିଲା ।

ସମ୍ବନ୍ଧିତ ଖବର